ଆଜିଠାରୁ ବିନା ହେଲ୍ମେଟରେ ନୋଇଡା ରେ ଦୁଇଚକିଆ ବାହିନୀଙ୍କୁ ପେଟ୍ରୋଲ ମିଳିବ ନାହିଁ

ନୋଇଡା :ଗୌତମବୁଦ୍ଧ ନଗର ଜିଲ୍ଲାରେ ଶନିବାର ଠାରୁ ବିନା ହେଲ୍ମେଟରେ ଥିବା ଦୁଇଚକିଆ ବାହିନି ଚାଳକଙ୍କୁ
ନୋଇଡା ଓ ନୋଇଡା ଗ୍ରେଟର ପେଟ୍ରୋଲପମ୍ପରେ ପେଟ୍ରୋଲ ମିଳିବ ନାହିଁ I ଜିଲ୍ଲା ଅଧିକାରୀ ବିଏନ ସିଂଙ୍କ କହିବା ଅନୁଯାୟୀ ସଡକ ଦୁର୍ଘଟଣାକୁ ରୋକିବା ଉଦେଶ୍ୟରେ ଏଭଳି ପଦକ୍ଷପ ନେବାକୁ ପଡିଛି I 1 ଜୁନୁ ଠାରୁ ଦୁଇଚକିଆ ଯାନ ଚଳାଉଥିବା ବାଲାଙ୍କ ପାଇଁ ହେଲ୍ମେଟ ନାହିଁତ ପେଟ୍ରୋଲ ନାହିଁ ଫର୍ମୁଲା ଲାଗୁ ହେଇଛି I

ଜିଲ୍ଲା ପ୍ରଶାସନ ତରଫରୁ ନୋଇଡା ଓ ଗ୍ରେଟର ନୋଇଡ଼ାରେ ଥିବା ସମସ୍ତ ପେଟ୍ରୋଲପମ୍ପକୁ ନିର୍ଦେଶ ଦିଆଯାଇଛିକି ବିନା ହେଲ୍ମେଟରେ ଆସୁଥିବା ଦୁଇଚକିଆ ଯାନ ଚାଳକଙ୍କୁ ପେଟ୍ରୋଲ ନଦେବା ପାଇଁ I ତାଙ୍କ କହିବା ଅନୁସାରେ ଯଦି କୌଣସିବି ଯାନ ଚାଳକ କୌଣସି ପେଟ୍ରୋଲ ପମ୍ପରୁ ବିନା ହେଲ୍ମେଟରେ ପେଟ୍ରୋଲ ନେବାକୁ ପ୍ରୟାସ କରେ ବା ପେଟ୍ରୋଲ ପମ୍ପ କର୍ମୀଙ୍କ ସହ ଝଗଡା କରିବାକୁ ଚେଷ୍ଟା କରେ ଏଭଳି ସ୍ତିତିରେ ଜିଲ୍ଲା ପ୍ରଶାସନଙ୍କ ତରଫରୁ କଡା ପଦକ୍ଷପ ନିଆଯିବ I

ତଥ୍ୟ ଅନୁସାରେ ବିନା ହେଲ୍ମେଟରେ ଯାତ୍ରା କରୁଥିବା ଚାଳକ ସଡକ ଦୁର୍ଘଟଣାର ଶିକାର ହୋଇଥାନ୍ତି Iଏହା ଫଳରେ କାହାର ଜୀବନ ଚାଲିଯାଏତ କାହାକୁ ହସ୍ପିଟାଲରେ ଭର୍ତି ହେବାକୁ ପଡିଥାଏ I ଏହାକୁ ରୋକିବା ପାଇଁ ପ୍ରଶାସନ ଏହି ଅଭିଜାନ ଆରମ୍ଭ କରିଛନ୍ତି I

Leave a Reply

Your email address will not be published. Required fields are marked *