୭ ଲକ୍ଷ ଟଙ୍କା ନିଜ ଅଟୋ ରୁ ପାଇ ଫେରେଇଲେ ଗରିବ ଅଟୋ ଚାଳକ

ଆଜିକା ସମୟରେ ପଇସାକୁ ନେଇ କାହା ଉପରେ ଭରସା କରିହୁଏ ନାହିଁ I ଯେଉଁଠି ପଇସା ପାଇଁ ଭାଇ ଭାଇର ଗଳା କାଟିବାକୁ ପଛାଉନି ସେଇଠି ସଚୋଟ ଲୋକଭି ସାମିଲୀ ଅଛନ୍ତି Iଯାହା ପାଖରେ ସଚୋଟ ପଣିଆ ଅଛି ତାକୁ ଯେତେ ପଇସାର ଲାଳସା ଦେଖେଇଲେ ମଧ୍ୟ ସେ ବେଈମାନ କରିବ ନାହିଁ I ଆଜିକା ସମୟରେ ସଚୋଟ ପଣିଆର ଉଦାହରଣ ବନିଛନ୍ତି ଏକ ଅଟୋଚାଳକ ଯିଏ ସାତ ଲକ୍ଷ ଟଙ୍କାର ସୁନାବ୍ୟାଗ ସବାରିକୁ ଫେରେଇଦେଲା I ଖବର ଅନୁସାରେ ଛତିଶିଗଡର ଜଣେ ଅଟୋଚାଳକ ସଚୋଟ ପଣିଆ ଦେଖିବାକୁ ଯାଇ ସାତ ଲକ୍ଷ ଟଙ୍କାର ସୁନା ବ୍ୟାଗ ଫେରାଇଛନ୍ତି ଯାହାର ସେ ବ୍ୟାଗ ଥିଲା I

ଛତିଶିଗଡର ଜଗଦଲପୁର ସହରର ନିବାସୀ ଅଟୋଚାଳକ ମହେଶ କଶ୍ୟପ ସବୁଦିନ ଭଳି ସେ ତାଙ୍କ କାମରେ ବାହାରୁଥିଲେ I ସେ ଦିନ ଜଣେ ମହିଳା ତାଙ୍କ ଭାଇର ବିବାହ ଉଶ୍ଚବ ପାଇଁ ଗାଜିୟାଵାଦରୁ ଜଗଦଲପୁର ଯିବା ପାଇଁ ବାହାରିଥିଲେ I ସେ ମହିଳା ଜଣକ ମହେଶର ଅଟୋରେ ବସି ଗାଜିୟାଵାଦରୁ ଜଗଦଲପୁର ଗଲେ କିନ୍ତୁ ତାଙ୍କ ସାଙ୍ଗରେ ଆଣିଥିବା ଗହଣା ବ୍ୟାଗକୁ ଅଟୋରୁ ନବା ପାଇଁ ଭୁଲିଯାଇଥିଲେ I ମହେଶ ସବୁଦିନ ଭଳି ରାତିରେ ନିଜ ଅଟୋକୁ ଘର ପାଖରେ ଠିଆ କରିଥିଲା ସେତେବେଳେ
ତାର ପତ୍ନୀ ତାଙ୍କୁ କହିଲାକି ଗାଡ଼ିରେ କାହାର ବ୍ୟାଗ ରହିଯାଇଛି

I ମହେଶ ସେହି ବ୍ୟାଗକୁ ଖୋଲି ଦେଖିଲାତ ସେଥିରେ ସୁନାର ମୁଦି ,ଚେନ ଓ ପଇସା ଥିଲା I ତା ପରେ ସେ ମନେପକେଇବାକୁ ଚେଷ୍ଟା କଲାକି ସେ ବ୍ୟାଗ
କୋଉ ଯାତ୍ରୀର ବୋଲି I ମହେଶ ଓ ତାର ପତ୍ନୀ ପାଂଚ ଦିନ ପର୍ଯ୍ୟନ୍ତ ସେହି ବ୍ୟାଗର ମାଲିକକୁ ଖୋଜିବାକୁ ଲାଗିଲେ ହେଲେ କିନ୍ତୁ ତାକୁ ଖୋଜି ପାଇଲେ ନାହିଁ I ତାପରେ ତାଙ୍କୁ ବ୍ୟାଗରେ ସେହି ଯାତ୍ରୀର ଆଧାର କାର୍ଡ ଓ ମୋବାଇଲ ନମ୍ବର ମିଳିଲା I

ମହେଶ ମୋବାଇଲ ନମ୍ବରରେ ଫୋନ କରି ସବୁ ସତ କଥା କହିଲା ଓ ତାଙ୍କୁ ଆସି ବ୍ୟାଗ ନେଇଯିବାକୁ କହିଲା I ପୋଲିସ ଷ୍ଟେସନରେ ମହେଶ ବ୍ୟାଗର ମାଲିକକୁ ଭେଟି ତାଙ୍କର ବ୍ୟାଗକୁ ଫେରେଇଦେଲା I

Leave a Reply

Your email address will not be published. Required fields are marked *