ଷ୍ଟେସନ ଟଏଲେଟ୍ ପାଣିରେ ଇଟିଲି କରି ଲୋକଙ୍କୁ ଖାଇବାକୁ ଦେଉଥିଲା ଧରାପଡିଗଲା ଆଉ ତାପରେ …

ମୁମ୍ବାଇ : ମୁମ୍ବାଇର ବେରୀବାଲି ଅଂଚଳରେ ଏକ ଦୋକାନୀ ଟଏଲେଟେ ପାଣିରେ ଇଟିଲି ଚଟଣି ତିଆରି କରି ଲୋକଙ୍କୁ ଖୁଆଇବାର ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି I ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକ ଅସ୍ତବ୍ୟସ୍ତ ହୋଇପଡିଛନ୍ତି I ଖବର ଅନୁସାରେ ଏହି ଦୋକାନଟି ବେରୀବାଲି ଷ୍ଟେସନର 3 ନମ୍ବର ପ୍ଲାଟଫର୍ମ ରେ ଅବସ୍ତିତ ଥିବା ପାର୍କିଙ୍ଗ ପାଖରେ ଅଛି I ଏହି ଘଟଣା ସାମ୍ନାକୁ ଆସିବା ପରେ ଆସାମୀ ଫେରାର ହୋଇଯାଇଛି I ପୋଲିସ ଇନସିପେକ୍ଟର ସଞ୍ଜୟ ପାଟିଲିଙ୍କ କହିବା ଅନୁସାରେ ଦୋକାନଟି ବେରୀବାଲି ଷ୍ଟେସନର 3 ନମ୍ବର ପ୍ଲାଟଫର୍ମ ରେ ଅବସ୍ତିତ ଥିବା ପାର୍କିଙ୍ଗ ପାଖରେ ଅଛି I

ତା ପାଖରେ ଏକ ଟଏଲେଟ ଅଛି I ଯେଉଁଠୁ ସେ ପାଣି ଆଣି ଇଟିଲି ଚଟଣି ବନେଇକି ଲୋକଙ୍କୁ ଖାଇବାକୁ ଦେଉଥିଲା I ଏହି ଭିଡିଓ କେବେକାର ବୋଲି ପକ୍କା ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ଓ ନା କୌଣସି କମ୍ପ୍ଲେନେ କରାଯାଇଛି

I ଇଟିଲି ଦୋକାନ ପାଖରେ ଲେମ୍ବୁ ପାଣି ବିକ୍ରି କରୁଥିବା ଆନନ୍ଦଙ୍କ କହିବା ଅନୁସାରେ ଇଟିଲି ବିକୁଥିବା ଆନ୍ନା 8-10 ବର୍ଷ ହେଲା ଏଠାରେ ଇଟିଲିର ଧନ୍ଦା କରୁଛନ୍ତି I ମୁ ନିଜେ ଏଠାରେ ଇଟିଲି ଖାଏ କିନ୍ତୁ ମତେ ଏମିତି କେବେ ସନ୍ଦେହ ହୋଇନାହିଁ I ସାତଦିନ ପୂର୍ବରୁ କିଏ ଏହାର ଭିଡିଓ ବନାଇ ଭାଇରାଲ କରିଛି ତାପରେ ପୋଲିସ ଆସି ତାକୁ ଉଠେଇକି ନେଇଯାଇଛି I

Leave a Reply

Your email address will not be published. Required fields are marked *