ଆଇଏଏସ ଅଧିକାରଙ୍କ ଟୁଇଟି ,ନାଥୁରମ ମହାନ ଥିଲେ ନୋଟରୁ ହଟନ୍ତୁ ଗାନ୍ଧୀ

ଗାନ୍ଧୀଙ୍କ ମୃତ୍ୟୁ ପାଇଁ ନାଥୁରାମ ଗୋଡ଼େସଙ୍କୁ ଫାସୀ ଦିଆଯାଇଥିଲା I ଚେଷ୍ଟାକଲେକି ନାଥୁରାମଙ୍କ କୌଣସି ବହି ସାମ୍ନାକୁ ନଆସିବା ପାଇଁ ଓ ନାହିଁ ତାଙ୍କର ଅଦାଲତରେ ଦିଆଯାଇଥିବା ବୟାନ କିନ୍ତୁ ସମୟ ସହିତ ସେ ବଦଳିବାରେ ଲାଗିଛି ନାଥୁରାମ ଗୋଡ଼େଶଙ୍କ କହିବା ଅନୁସାରେ ଗାନ୍ଧୀଙ୍କୁ ମାରିଥିବା କାରଣରୁ ସମାଜ ତାଙ୍କୁ ଅପରାଧୀ ଓ ଦେଶଦ୍ରୋହୀ କହିବ I ସେ ଏହା ମଧ୍ୟ କହିଥିଲେ ଯେତେବେଳେ ସତ ଇତିହାସ ଲେଖାଯିବ ସେତେବେଳେ ସମାଜ ତାଙ୍କର ଏକ ବର୍ଗକୁ ବୁଝିପାରିବ I ବିଭାଜିତ ଭାରତ ପରେ ପାକିସ୍ତାନକୁ କୋଟି କୋଟି ଟଙ୍କା ଦିଆଯିବାର ପ୍ରସ୍ତୁତ ଗାନ୍ଧୀଙ୍କ ଦ୍ୱାରା କରାଯାଇଥିବା ଯୋଗୁ ନାଥୁରାମ ଗୋଡ଼େଶ ଅଶାନ୍ତି ଥିଲେ I ଆଉଥରେ ନାଥୁରାମଙ୍କ ଚର୍ଚ୍ଚା ପୁରା ଦେଶରେ ଦେଖାଦେଇଛି I

ମଧ୍ୟପ୍ରଦେଶର ବିଜେପି ବିଧାୟକ ଉଷା ଠାକୁରୁ ନାଥୁରାମ ଗୋଡ଼େଶଙ୍କୁ ମହାନ ବୋଲି କହିଛନ୍ତି ଯାହାର ବର୍ତ୍ତମାନ ବିରୋଧ ଚାଲିଛି I ମହାରାଷ୍ଟ୍ର ଆଇ.ଏସ ଅଫିସର ନିଧି ଚୌଧୁରୀଙ୍କ ବିବାଦିତ ଟୁଇଟି କାରଣ ଯୋଗୁ ରାଜ୍ୟରେ ହଙ୍ଗାମା ଦେଖାଦେଇଛି I ଆଇ.ଏସ ଟୁଇଟି ଜରିଆରେ ଲେଖିଛନ୍ତି ବାପୁଙ୍କ ମୂର୍ତ୍ତିକୁ ଦୁନିଆରୁ ହଟାଯାଉ I ରାସ୍ତାରେ ଦିଆଯାଇଥିବା ନାମ ମଧ୍ୟ ହଟାଯାଉ ,ମହାତ୍ମା ଗାନ୍ଧୀଙ୍କ ଫଟୋ ନୋଟରୁ ମଧ୍ୟ ହଟାଯାଉ I ଧନ୍ୟବାଦ ନାଥୁରମ ଗୋଡ଼େଶ I ନିଧି ଚୌଧୁରୀଙ୍କ ଟୁଇଟି ପରେ ବିବାଦ ବଢିବାକୁ ଲାଗିଛି I

Leave a Reply

Your email address will not be published. Required fields are marked *