ଖୁବଶୀଘ୍ର ନିର୍ମାଣ ହେବ ରାମମନ୍ଦିର: ବିଶ୍ୱ ହିନ୍ଦୁ ପରିଷଦ

ଅଯୋଧ୍ୟାର ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପରେ ସନ୍ଥ ଏବଂ ଧର୍ମାଚର୍ଯ୍ୟ ମାନଙ୍କର ଆଶା ବଢ଼ିଯାଇଛି।ତେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ସନ୍ଥମାନଙ୍କ ର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ମନ୍ଦିର ନିର୍ମାଣରେ ଯେପରି ଆଉ ବିଳମ୍ବ ନ ହୁଏ ସେ ବିଷୟରେ ଆଲୋଚନା କରାଯାଇଥିଲେ।ବିଶ୍ଵ ହିନ୍ଦୁ ପରିଷଦର ନେତା ମାନେ ସାଧୁମାନଙ୍କୁ ଆଶ୍ୱାସନା ଦେଇଛନ୍ତି କି ମନ୍ଦିର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ।

ସନ୍ଥ ସମାଜ ପକ୍ଷରୁ କୁହାଯାଇଛି କି ଖୁବ୍ ଶୀଘ୍ର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକୁ ଭେଟିବାକୁ ଯିବେ ଏବଂ ଏ ପ୍ରସଙ୍ଗରେ ଆଲୋଚନା କରିବେ।
ଶ୍ରୀରାମ ଜନ୍ମଭୂମି ର ଅଧକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କହିଛନ୍ତି କି କେନ୍ଦ୍ର ଓ ରାଜ୍ୟରେ ବିଜେପିର ବହୁମତ ସରକାର ରହିଛି।ଭଗବାନଙ୍କ କୃପାରୁ ସୁନ୍ଦର ସମୟ ଆସିଛି।ତେଣୁ ଏହି ଅନୁକୂଳ ସମୟରେ ମନ୍ଦିର ନିର୍ମାଣ ହେବା ଆବଶ୍ୟକ।ସେ କହିଛନ୍ତି ଯେ ବହୁତ୍ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ମଧ୍ୟ ମନ୍ଦିର ନିର୍ମାଣ ସପକ୍ଷରେ ଅଛନ୍ତି।ଏଠାରେ ସୂଚନା ଥାଉ କି ଦୁଇ ଦିନ ତଳେ ବିଜେପି ନେତା ସୁଭ୍ରମନ୍ୟମ୍ ସ୍ବାମୀ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଂକୁ ଚିଠି ଲେଖି ମନ୍ଦିର ତିଆରି ବିଷୟରେ ଅପିଲ କରାଇଥିଲେ।

Leave a Reply

Your email address will not be published. Required fields are marked *