ପଶ୍ଚିମବଙ୍ଗ ମ୍ୟୁନସିପାଲଟି କୁ କବ୍ଜା କଲା ବିଜେପି I ମମତା ଚିଟ୍ ପଟାଙ୍ଗ ,୨୬ ଆସନ କୁ ପୋଛିନେଲା ବିଜେପି

ନିକଟରେ ଲୋକସଭା ନିର୍ବାଚନ ରେ ପଶ୍ଚିମବଙ୍ଗରେ ମମତା ଙ୍କ ଗଡରେ ଧସେଇ ପଶି ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ,ଏବେ ମୋଦି ଲହର ଖେଳିବାରେ ଲାଗିଛି I ତେବେ ଲୋକସଭା ପରେ ମ୍ୟନସିପାଲଟି ନିର୍ବାଚନରେ ମଧ୍ୟ ମମତା ଙ୍କ ନେତୃତ୍ୱାଧୀନ ଟିଏମସି କୁ ଜୋରଦାର ଝଟକା ଦେଇଛି ବିଜେପି ।ଗତକାଲି ଭାଟପାରାର ମ୍ୟୁନସିପାଲଟି ନିର୍ବାଚନ ରେ ୨୬ ଆସନ ରୁ ସବୁଯାକ ରେ ବିଜେପି ବିଜୟୀ ହେଇଥିବା ବେଳେ ଟିଏମସି କୁ ଗୋଟିଏ ବି ଆସନ ମିଳିପାରିନାହିଁ I

ପ୍ରଥମ ଥର ପାଇଁ ବିଜେପି ମମତା ଙ୍କ ଗଡରେ ମ୍ୟୁନସିପାଲଟି ଉପରେ କଜବା କରିଛି I ସୂଚନା ଥାଉ କି କିଛିଦିନ ଧରି ପଶ୍ଚିମବଙ୍ଗ ରେ ବିଜେପି ଏବଂ ଟିଏମସି ମଧ୍ୟରେ ଛକା ପଞ୍ଝା ଲାଗି ରହିଛି I ଏପରିକି ଜୟ ଶ୍ରୀରାମ ନାରା ଶୁଣି ମମତା ରାଗିଯାଉଥିବା ବେଳେ ବିଜେପି ପକ୍ଷରୁ ତାଙ୍କୁ 10ଲକ୍ଷ ପୋଷ୍ଟ କାର୍ଡରେ ଜୟ ଶ୍ରୀରାମ ଲେଖି ପଠାଯାଇଛି I

Leave a Reply

Your email address will not be published. Required fields are marked *