ବୁଢ଼ୀ ମାଉସୀ ଟାଣିନେଲା ଅପରାଜିତା ଙ୍କୁ ,କହିଲା ମା ଲୋ ତୁ ହାରିଯାଇଥିଲେ ଗଣତନ୍ତ୍ର ରୁ ବିଶ୍ୱାସ ହଜିଯାଇଥାନ୍ତା

ସବୁଠୁ ଚର୍ଚ୍ଚାରେ ଥିବା ଭୁବନେଶ୍ୱର ଲୋକସଭା ପ୍ରାଥୀ ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ପୂର୍ବରୁ ଘମାଘୋଟ ବୁଲି ପ୍ରଚାର କରିଥିଲେ ଏବଂ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାଥୀ ଙ୍କୁ ହରାଇ ରାଜଧାନୀ କୁ ଅକ୍ତିଆର କରିନେଇଥିଲେ ପ୍ରଶାସିକା ରୁ ନେତ୍ରି ପାଲଟିଥିବା ଏହି ଚର୍ଚିତ ବ୍ୟକ୍ତିତ୍ୱ I ତେବେ ବିଜୟ ପରେ ମଧ୍ୟ ଚୁପ ରହିନାହାନ୍ତି ଅପରାଜିତା ,ସବୁବେଳେ କୁହାଯାଏ କି ନିର୍ବାଚନ ପରେ ନେତା ମାନେ ଭୋଟର ଙ୍କୁ ଭୁଲିଯାନ୍ତି ,କିନ୍ତୁ ଜିତିବା ପରେ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀ ରେ ପୂର୍ବଭଳି ବୁଲି ବୁଲି ସଭା ଆୟୋଜନ କରୁଛନ୍ତି ଅପରାଜିତା I

ସମସ୍ତଙ୍କୁ ଧନ୍ୟବାଦ ସହିତ କୃତଜ୍ଞତା ଜଣାଉଛନ୍ତି I ତେବେ ଏହି ଅବସରରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ I ଜଣେ ବୁଢ଼ୀ ମାଉସୀ ଅପରାଜିତା ଙ୍କ ହାତ କୁ ଟାଣି ନେଇ ଥିଲା ଏବଂ କହିଥିଲା କି ମାଲୋ ତୁ ଜିତିବୁ ବୋଲି ଆମର ବିଶ୍ୱାସ ଥିଲା ,ତୁ ଯଦି ହାରିଯାଇଥାନ୍ତୁ ତେବେ ଗଣତନ୍ତ୍ର ଉପରୁ ଲୋକଙ୍କ ବିଶ୍ୱାସ ହଜିଯାଇଥାନ୍ତା I

ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *