ସାବିତ୍ରୀ ବ୍ରତ ରେ ସ୍ତ୍ରୀ କୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ସତ୍ୟବାନ

ସବୁଆଡେ ସାବିତ୍ରୀ ବ୍ରତ ପାଳନ ହେଉଥାଏ ,ସ୍ୱାମୀ ର ଦୀର୍ଘ ଆୟୁଷ କାମନା କରି ସ୍ତ୍ରୀ ରଖିଥାଏ ଉପବାସ I ବିଶ୍ୱାସ ରହିଛି କି ଯମ ଙ୍କ ଠାରୁ ନିଜ ସ୍ୱାମୀର ଜୀବନ ଛଡାଇ ଆଣିଥିଲେ ସାବିତ୍ରୀ ,କିନ୍ତୁ ଗତକାଲି ଘଟିଯାଇଛି ଏକ ମର୍ମନ୍ତୁଦ ଘଟଣା I ସାବିତ୍ରୀ ବ୍ରତ କରିଥିବା ସ୍ତ୍ରୀ କୁ ଟାଙ୍ଗିଆ ରେ ହାଣି ହତ୍ୟା କରିଛି ସ୍ୱାମୀ Iୂଚନା ଅନୁଯାଇ ଘଟଣାଟି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ କାଦପଡ଼ା ଗ୍ରାମର ।ଏହି ଗ୍ରାମର ମନୋଜ କୁମ୍ଭାର ଏବଂ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିଥିଲା ,ଏଥିରେ ସ୍ୱାମୀ ରାଗିଯାଇ ସ୍ତ୍ରୀ କୁ ଏକ ଧାରୁଆ ଟାଙ୍ଗିଆ ରେ ଚୋଟ ପକାଇଥିଲା I

ଘଟଣା ସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀ ଚିତ୍କାର କରିବାରୁ ମନୋଜ ଛାଡି ପଳାଇଥିଲା I ପଡୋଶୀ ୧୦୮ କୁ ଡକାଇ ହସ୍ପିଟାଲ ନେଇଥିଲେ ମଧ୍ୟ ଗୁରୁତର ହେଇଥିବା ମନୋଜ ଙ୍କ ପତ୍ନୀ ହସ୍ପିଟାଲ ରେ ଆଖି ବୁଝିଥିଲେ I

Leave a Reply

Your email address will not be published. Required fields are marked *