୧୦ବର୍ଷ ନାବାଳିକା ଭାଣିଜୀକୁ ଦୁଷ୍କର୍ମ କରୁଥିଲା ମାମୁଁ,ମା କହିଲା କାହାକୁ କହନି ଆମ ଇଜ୍ଜତ ଚାଲିଯିବ

ଦିନକୁ ଦିନ ଦୁଷ୍କର୍ମ ବଢି ଚାଲିଥିବା ବେଳେ ସବୁଠୁ ଅଧିକ ଶିକାର ହେଉଛନ୍ତି ନାବାଳିକା ମାନେ I ତେବେ
ଗାଜିଆବାଦ୍ ରେ ଏମିତି ଏକ ଘଟଣା ଘଟିଛି ଯାହା ସଭ୍ୟ ସମାଜର ସ୍ତିତି ଦୋହଲେଇ ଦେବ I ପବିତ୍ର ସମ୍ପର୍କ ରେ ପଡିଛି ପାପର ଛିଟା I ମାମୁ ଦୁଷ୍କର୍ମ କରିଛି ଭାଣିଜୀ କୁ I ମାମୁ ଭାଣିଜୀ ସମ୍ପର୍କ ରେ କଳଙ୍କ ଲଗାଇଛି ସୈତାନ Iସୂଚନା ଅନୁଯାଇ ଗାଜିଆବାଦରେ ରହୁଥିବା 10ବର୍ଷୀୟ ଝିଅ ରୁପା କୁ ତା ମାମୁ ଜୋର ଜବରଦସ୍ତ ଦୁଷ୍କର୍ମ କରୁଥିଲା ,ଏନେଇ ଝିଅଟି ମା ଆଗରେ କହିବାରୁ ,ମା ତାକୁ ପାଟି କରିଥିଲା ଏବଂ କାହାକୁ ନ କହିବାକୁ ତାଗିଦ କରିଥିଲା I

ମା କହିଥିଲା କି ଘଟଣା ବାହାରେ ଜଣେଇଲେ ଆମ ଇଜ୍ଜତ ଚାଲିଯିବ ,ସମାଜରେ ଆମେ ଆଉ ବାଟ ଟେକି ଚାଲିପାରିବୁନି I ଲୋକ ଛି ଛିକାର କରିବେ I ତେଣୁ ଏ ଘଟଣାକୁ ତୁ ଭୁଲିଯା I ନାବାଳିକା ଝିଅଟି କିନ୍ତୁ ଭୁଲି ପାରୁନଥିଲା ତା ସହିତ ମାମୁ ଯେଉଁ ପାପ କାମ କରିଥିଲା I ସେଥିପାଇଁ ସେ ବାଧ୍ୟ ହେଇ ନିଜେ ତାକୁ ଶାସ୍ତି ଦେବାକୁ ପହଁଚିଲା ଥାନାରେ I

ଥାନାରେ ପହଁଚି ଥାନାଧିକାରୀ ଙ୍କୁ ସମସ୍ତ ଘଟଣା ଜଣେଇବା ପରେ ଏନେଇ ମାମଲା ରୁଜୁ କରିଥିଲେ ପୋଲିସ ଅଧିକାରୀ I ଘଟଣାର ତଦନ୍ତ କରାଯାଇ ନାବାଳିକା ର ଡାକ୍ତରୀ ମାଇନା କରାଯାଇ ଦୋଷୀ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛନ୍ତି I

Leave a Reply

Your email address will not be published. Required fields are marked *