ଯୋଗ ଦିବସ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ! ତ୍ରିକୋଣୀୟ ଆସନର ଥ୍ରୀଡି ଭର୍ସନ ଭିଡିଓ ଛାଡ଼ିଲେ Twitter ରେ

ଜୁନ୍ ୨୧ ତାରିଖ ହେଉଛି ବିଶ୍ଵ ଯୋଗ ଦିବସ।ଏହି ଦିବସ ଅବସରରେ ଅନେକ ରାଷ୍ଟ୍ରରେ ଅନେକ ପ୍ରକାର ବ୍ୟବସ୍ଥା କରାଯାଇଛି।ସଂଯୁକ୍ତ ରାଷ୍ଟ୍ର ସମେତ ଅନେକ ଦେଶରେ ଯୋଗ ଦିବସ ପାଇଁ ଅନେକ ଆୟୋଜନ କରାଯାଉଛି।ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଯୋଗ ଦିବସ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରସ୍ତୁତ ହେବାରେ ଲାଗିପଡିଛନ୍ତି।

ମୋଦି ବୁଧବାର ଦିନ ଟୁଇଟର ଆକାଉଣ୍ଟରେ ତ୍ରିକୋଣିୟ ଆସନ ଭିଡ଼ିଓ ଦେଇଛନ୍ତି।ଯେଉଁ ଥିରେ ମୋଦୀଙ୍କର ଦେଖାଯାଉଥିବା ଥ୍ରିଡି ଭର୍ସନ କାର୍ଟୁନ୍ ଯୋଗ ରହିଛି।ମୋଦି ଲେଖିଛନ୍ତି ଯେ ଆଗାମୀ ୨୧ ତାରିଖ ସାରା ପୃଥିବୀରେ ଯୋଗ ଦିବସ ପାଳନ ହେବାପାଇଁ ଯାଉଛି।ତେଣୁ ମୋର ସମସ୍ତଙ୍କୁ ଅନୁରୋଧ ଏହି ଦିବସ ପାଳନ କରନ୍ତୁ ଏବଂ ଅନ୍ୟକୁ ପାଳନ କରିବାକୁ ମଧ୍ୟ କୁହନ୍ତୁ।ଏବେ କହିବାକୁ ଗଲେ ସାରା ଦେଶରେ ବର୍ତ୍ତମାନ ଯୋଗ ଦିବସ ପାଳନ ଅବସରରେ ପ୍ରସ୍ତୁତି ଚାଲିଛି।

Leave a Reply

Your email address will not be published. Required fields are marked *