ସରଳ ପ୍ରତାପ ଙ୍କୁ କଳଙ୍କିତ କରିବାକୁ ବିରାଟ ଷଡଯନ୍ତ୍ର !ଗୁମର ଖୋଲିଦେଲେ ସାମ୍ବାଦିକ ସତ୍ୟ

କିଏ କହୁଛି ସିଏ ଓଡ଼ିଶାର ମୋଦି ତ ଆଉ କିଏ କହୁଛି ଓଡ଼ିଶାର ଯୋଗୀ I ନା ଅଛି ଧନ ସମ୍ପତି ନା ପଦବୀ ପାଇବାର ଲୋଭ I ସେଥିପାଇଁ ତ ଦୁଇ ଦୁଇ ଥର ବିଧାୟକ ହେଇ ମଧ୍ୟ ସେ ଗରିବ I ଯେତେବେଳେ ବି ଯାହାର ସାହାଯ୍ୟ ଦରକାର ପଡେ ସେଠି ପହଁଚି ଯାଆନ୍ତି ପ୍ରତାପ I
ନିଜର ନିରୀହ ସରଳ ଜୀବନ ଜାପନ ପାଇଁ ରାଜନୀତି ମୈଦାନ ରେ ଦୁଇ କୋଟିପତି ପ୍ରାଥୀ ଙ୍କୁ ହରାଇ ବିଜୟ ପାଇଛନ୍ତି ପ୍ରତାପ I

ପ୍ରତାପ ଙ୍କ ବିଜୟ ପରେ ରାତାରାତି ସାରା ଭାରତ ରେ ଏକ ଚର୍ଚିତ ଚେହେରା ହେଇଗଲେ ପ୍ରତାପ ଏବଂ କେନ୍ଦ୍ର ରେ ତାଙ୍କ ଗୁରୁତ୍ୱ କୁ ଉପଲବ୍ଧି କରି ମାନନୀୟ ପ୍ରଧାନମନ୍ତ୍ରୀ ତାଙ୍କୁ ମନ୍ତ୍ରୀପଦ ଦେଇଛନ୍ତି I ତେବେ ଏହା ପରଠାରୁ ଆରମ୍ଭ ହେଇଯାଇଛି ବିବାଦ I ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରେ ହଠାତ 1999 ମସିହାର ଗ୍ରIହମଷ୍ଟେନ୍ସ ପୋଡି ମାମଲାର ବିବାଦ ବଳୟ କୁ ଟଣାଯାଇଥିଲା ପ୍ରତାପ ଙ୍କୁ I ଯଦିଓ ମାନନୀୟ କୋର୍ଟ ନିର୍ଦେଶ ଦେଇସାରିଛନ୍ତି ଯେ ପ୍ରତାପ ଙ୍କ ସେଥିରେ କୌଣସି ବି ସମ୍ପୃକ୍ତି ନାହିଁ Iଏବଂ ଦୁଇ ଚାରିଜଣ ହାତଗଣତି ବ୍ୟକ୍ତି ଦିଲ୍ଲୀରେ ବସି ପ୍ରତାପ ଙ୍କୁ ମନ୍ତ୍ରୀପଦ ରୁ ହଟାଇବାକୁ ଆନ୍ଦୋଳନ କରୁଛନ୍ତି ,ତେବେ କଥା ଉଠୁଛି ହଠାତ କାହିଁକି ପ୍ରତାପ ଙ୍କୁ ବିରୋଧ ? ଅବଶ୍ୟ କିଛିଦିନ ତଳେ ଚର୍ଚ୍ଚା ଚାଲିଥିଲା କି ପ୍ରତାପ ଙ୍କୁ ହରେଇବାକୁ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଚକ୍ରାନ୍ତ କରିଥିଲେ ,ଏଥିରେ ବିଫଳ ହେବାରୁ ଏ ଷଡଯନ୍ତ୍ର I ରାଜ୍ୟରେ ପ୍ରତାପ ଙ୍କ ଲୋକପ୍ରିୟତା ବୃଦ୍ଧି ହୁଏତ ଏହାର କାରଣ ହେଇପାରେ ,ଏ ସମୟରେ ଘଟଣାକୁ ଆହୁରି ଜଟିଳ କରିଛି ପିସିସି ମିଡ଼ିଆ ସେଲ ର ମୁଖ୍ୟ ତଥା ସାମ୍ବାଦିକ ସତ୍ୟ ପ୍ରକାଶ ଙ୍କ ବିସ୍ପୋରଣ ବୟାନI ଖୋଲାଖୋଲି ଏକ ସାକ୍ଷାତ୍ କାର ରେ ସତ୍ୟ କହିଛନ୍ତି ଯେ ହୁଏତ ପ୍ରତାପ ଙ୍କ ଏ ଷଡଯନ୍ତ୍ର ରେ ଧର୍ମେନ୍ଦ୍ର ହିଁ ମୁଖ୍ୟ କାର୍ପତଦାର ହେଇଥାଇ ପାରନ୍ତି କାହିଁକିନା 2017 ମସିହାରେ ଯେତେବେଳେ ସେ ଈଟିଭି ରେ କାର୍ଯ୍ୟ କରୁଥିଲେ ,ପ୍ରତାପ ଙ୍କ ନିରାଡ଼ମ୍ବର ଜୀବନଶୈଳୀ କୁ ନେଇ ଏକ ଭିଡିଓ ପ୍ରସ୍ତୁତ କରୁଥିଲେ ଯାହାର ମୁଖ୍ୟ ଥିଲା ଯେ ଓଡ଼ିଶାର ଦ୍ୱିତୀୟ ଯୋଗୀ ,କିନ୍ତୁ ଏହାକୁ ଉଞ୍ଚ କର୍ତ୍ତୃପକ୍ଷ ଚାପ ପକାଇ ପ୍ରସାରଣ ବନ୍ଦ କରିଦେଇଥିଲେ ,ଜବାବ ରେ ସତ୍ୟ ଙ୍କୁ କୁହାଯାଇଥିଲା କି କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ଏହି ନିଉଜ କୁ ନେଇ ନାରାଜ ଅଛନ୍ତି ତେଣୁ ତୁରନ୍ତ ଏହାକୁ ପ୍ରସାରଣ ବନ୍ଦ କରାଯାଉI ଏହାପରେ ହଠାତ ଟିଭି ରେ ଏହାର ପ୍ରୋମ ପ୍ରସାରଣ ସରିଥିଲେ ମଧ୍ୟ ଏହାର ପ୍ରସାରଣ ବନ୍ଦ କରାଯାଇଥିଲା I ତେଣୁ ଆଜି ହଠାତ କିଛି ଗଣମାଧ୍ୟମ ଉପରେ ଚାପ ପକାଇ ଯେ ଏପରି ଷଡଯନ୍ତ୍ର କରାଯାଇନଥିବ ତାହା ମଧ୍ୟ କହିବା ଭୁଲ ହେବନି Iଏସବୁ ପରେ ପ୍ରତାପ ଏହି ବିବାଦ ରୁ କିପରି ଆଗକୁ ଯାଉଛନ୍ତି ଏବଂ ସତ୍ୟ ଙ୍କ ସତ୍ୟ ବିସ୍ପୋରଣ ପରେ ଧର୍ମେନ୍ଦ୍ର କଣ ମତାମତ ରଖୁଛନ୍ତି ତାହା ଆଗକୁ ଦେଖିବାର କଥା I

Leave a Reply

Your email address will not be published. Required fields are marked *