ଛୋଟ ପିଲା ଗରମରେ କାନ୍ଦୁଥିବା ଦେଖି ସହିପାରିଲେନି ଜିଲ୍ଲାପାଳ , ନିଜ ଚାମ୍ବରରୁ ଏସି ଖୋଲି ହସ୍ପିଟାଲ କୁ ଦେଇଦେଲେ

ଡହ ଡହ ଖରା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଦେଉଥିବା ବେଳେ ହସ୍ପିଟାଲ କଥା ନକହିବା ଭଲ I କେଉଁଠି ଲାଇନ ନାହିଁ ତ ଆଉ କେଉଁଠି ଓଷଧ ଆଉ କେଉଁଠି ବେଡ଼ ନାହିଁ I ସେହିପରି ମଧ୍ୟପ୍ରଦେଶ ର ଉମରିଆର ଏକ ପୋଷଣ ପୁନର୍ବାସ କେନ୍ଦ୍ରରେ ଛୋଟ ଛୋଟ ପିଲାମାନେ ଚିକିତ୍ସିତ ହେଉଥିଲେ I ପ୍ରବଳ ଗରମ କୁ ସହ୍ୟ କରିବା କୁନି ପିଲାମାନଙ୍କ ପାଇଁ ଅସହ୍ୟ ହେଇପଡୁଥିଲା ,ତେବେ ଦୈବୀ ଯୋଗକୁ ସେଠାକୁ ଯାଇଥିଲେ ଜିଲ୍ଲାପାଳ I

ପିଲାମାନଙ୍କ ବିକଳ ଦେଖି ସହିପାରିନଥିଲେ ଜିଲ୍ଲାପାଳ I ତୁରନ୍ତ ନିଜ ଚାମ୍ବର ରୁ ଏସି ହଟାଇ ସେହି ପିଲାମାନଙ୍କ ପାଇଁ ହସ୍ପିଟାଲ କୁ ଦେଇଦେଇଥିଲେ I ଜିଲାପାଳ ଙ୍କ ନାମ ସ୍ବରୋଚିଷ ସୋମବଂଶୀ I ଜିଲ୍ଲାପାଳ ଙ୍କ ଏପରି ଙ୍କ ମାନବିକତା କୁ ନେଇ ସବୁ ମହଲ ରୁ ପ୍ରସଂଶା ର ସୁଅ ଛୁଟିବାରେ ଲାଗିଛି I

Leave a Reply

Your email address will not be published. Required fields are marked *