ପେଟ ପୋଷିବାକୁ ସାଧାରଣ ସରକାରୀ ଚାକିରି ଖଣ୍ଡେ ପାଇନଥିବା ଯୁବକ ୧୯ ବର୍ଷ ପରେ ହେଲେ ଆଇଏଏସ୍‌ ଅଫିସର୍

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଧନୀ ହେଉ କିମ୍ବା ଗରିବ, ସଫଳତା ପାଇବାକୁ ଯେତେ ବି ବାଧା ବିଘ୍ନ ଆସିଲେ ମଧ୍ୟ ଯଦି ମନ ରେ ଦୃଢ଼ ଇଚ୍ଛା ଥିବ ତେବେ ନିଶ୍ଚୟ ସଫଳତା ର ଶୀର୍ଷ ରେ ପହଞ୍ଚି ହେବ ଓ ସବୁ ଅସମ୍ଭବ ସମ୍ଭବ ହୋଇ ପାରିବ। ତାମିଲନାଡୁ ର କେ ଏଲମ୍ବହାବଥ ସରକାରୀ ଚାକିରୀ ଖଣ୍ଡେ କରିବେ ବୋଲି ବହୁ ଚେଷ୍ଟା କରିଥିଲେ କିନ୍ତୁ ବହୁ ଚେଷ୍ଟା ପରେ ମଧ୍ୟ ସେ ଚାକିରି ଖଣ୍ଡେ ପାଇନଥିଲେ। କିନ୍ତୁ ତଥାପି ସେ ଚୁପ୍ ହୋଇ ବସିନଥିଲେ। ୧୯୯୭ ମସିହା ରୁ ସରକାରୀ ଚାକିରୀ ପାଇବାପାଇଁ ଚେଷ୍ଠା କରୁଥିବା ଏଲମ୍ବହାବଥ ଦୀର୍ଘ ୧୯ ବର୍ଷ ପରେ ୨୦୧୬ ମସିହା ରେ ଆଇଏଏସ୍ ଅଫିସର ହୋଇ ସମସ୍ତଙ୍କୁ ଚକିତ କରିଦେଇଥିଲେ।

ସୂଚନା ଅନୁସାରେ ତାମିଲନାଡୁ ର ଥାଞ୍ଜଭୂର ଜିଲ୍ଲା ର ଏକ ଛୋଟିଆ ଗ୍ରାମ ରେ ଏଲମ୍ବହାବଥ ଙ୍କ ଜନ୍ମ। ତାଙ୍କ ବାପା ଜଣେ ପ୍ରଶାସନ ଅଧିକାରୀ ଓ ମା ଜଣେ ସମାଜସେବୀ। ଛୋଟବେଳୁ ପାଠ ପଢିବା କୁ ତାଙ୍କ ଅଦମ୍ୟ ଇଚ୍ଛାଶକ୍ତି ଥାଏ। କିନ୍ତୁ ୧୯୯୭ ମସିହା ରେ ତାଙ୍କ ବାପା ଆରପାରି କୁ ଚାଲିଗଲେ। ସେତେବେଳେ ସେ +୨ ପଢ଼ୁଥାନ୍ତି। ଏହା ପରେ ତାଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇ ଗଲା। ନିଜ ପରିବାର ଚାଲିବ ପାଇଁ ସେ ପାଠପଢ଼ା ଛାଡି ଗୋଟେ ଚାକିରି କରିବା ପାଇଁ ଇଚ୍ଛାପ୍ରକାଶ କଲେ। ସେଥି ପାଇଁ ସେ ସରକାରୀ ଚାକିରି ପାଇଁ ଆବେଦନ କଲେ କିନ୍ତୁ ତାଙ୍କୁ ଚାକିରି ଖଣ୍ଡେ ମିଳିଲା ନାହିଁ। କିନ୍ତୁ ତଥାପି ସେ ନିରାଶ ହୋଇ ଯାଇ ଥିଲେ। ନିଜ ଉଦ୍ୟମ ଜାରି ରଖିଥିଲେ। ଶେଷରେ ଦୀର୍ଘ ୧୯ ବର୍ଷ ପରେ ୨୦୧୬ ମସିହା ରେ ସେ ଆଇଏଏସ୍ ଚାକିରୀ ପାଇଁ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଗଲେ।

Leave a Reply

Your email address will not be published. Required fields are marked *