ପାକିସ୍ତାନର ଦେଶ ଚଲାଇବା ପାଇଁ ପାଖରେ ପଇସା ନାହିଁ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୋମବାର ଦିନ ରାଷ୍ଟ୍ର ସମ୍ବୋଧନରେ ସମସ୍ତ ପାକିସ୍ତାନ ନାଗରିକଙ୍କୁ କହିଲେକି ପାକିସ୍ତାନକୁ ପୂର୍ବ ଅବସ୍ଥାକୁ ଫେରେଇ ଆଣନ୍ତୁ ଓ ଗରିବଙ୍କ ଜୀବନ ସୁଧାରିବାର ନିଜ ନିଜର ଦାଇତ୍ୱ ନିଅନ୍ତୁ I ଇମ୍ରାନ ଖାନ ସମସ୍ତ ପାକିସ୍ତାନ ନାଗରିକଙ୍କୁ କହିଲେ 30 ଜୁନ ଭିତରେ ନିଜର ସମ୍ପତି ଘୋଷଣା କରନ୍ତୁ ଯାହା ଦ୍ୱାରା ଅନାମ ସମ୍ପତ୍ତିର ଫରକ ଜଣାପଡିବ I ଇମ୍ରାନ ଖାନ ଏହା ମଧ୍ୟ କହିଲେ 30 ଜୁନ ଭିତରେ ନିଜର ଅନାମ ସମ୍ପତି ,ଅନାମ ବ୍ୟାଙ୍କ ଏକାଉଣ୍ଟୁ ,ବିଦେଶରେ ରଖିଥିବା ପଇସାର ଘୋଷଣା କରନ୍ତୁ ନହେଲେ 30 ଜୁନୁ ପରେ ଏହି ସୁଯୋଗ ମିଳିବ ନାହିଁ I ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ ପୂର୍ବ 10 ବର୍ଷରେ ପାକିସ୍ତାନର କରଜ ଛ ହଜାର ଆରବରୁ 30 ହଜାର ଆରବରେ ପହଁଚିଯାଇଛି I ଯେଉଁଠି ଆମେ ଚାରି ହଜାର ବିଲିୟନର ବାର୍ଷିକ ଟ୍ୟାକ୍ସ ଆଦାୟ କରି ଏକାଠି କରୁଛୁ ସେଇଠି ତାର ଅଧା ପଇସା କରଜର ୠଣ ସୁଝିବାରେ ଚାଲିଯାଉଛି I ବାକି ପଇସାରେ ଦେଶର ଖର୍ଚ ଚାଲିପାରିବ ନାହିଁ କାରଣ କମ ପଇସାରେ ଦେଶ ଚଲାଇବା ଅସମ୍ଭବ ହୋଇପଡୁଛି I ଦେଶ ଭିତରେ ଦେଖିବାକୁ ଗଲେ ପାକିସ୍ତାନ ସବୁଠୁ କମ ଟ୍ୟାକ୍ସ ଜମା କରୁଛି କିନ୍ତୁ ଅଳ୍ପ ଦେଶ ମଧ୍ୟରେ ପାକିସ୍ତାନ ଏମିତି ଏକ ଦେଶ ଯିଏ ଅତ୍ୟଧିକ ଖର୍ଚଭାରର ବୋଝ ଉଠାଉଛି I

Leave a Reply

Your email address will not be published. Required fields are marked *