ମିଟର ବଦଳାଇଦେବାକୁ ଲାଞ୍ଚ ନେଉଥିବା ବେଳେ ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଲାଞ୍ଚ ନେଇ ଧରାପଡ଼ିଛନ୍ତି ବିଦ୍ୟୁତ ବିଭାଗର ଜଣେ ଯନ୍ତ୍ରୀ I ସୂଚନା ଅନୁଯାଇ ବାଲେଶ୍ୱର ସହରର ମାକଲପୁର ଅଞ୍ଚଳର ବୈରାମ ନଗରର ଜୈନିକ ବିଦ୍ୟୁତ ଉପଭୋକ୍ତା ଜିତେନ କୁମାର ସାହୁଙ୍କର ଫାଇନ ଲାଗିଥିଲା ଏନେଇ ସେ ମଠସାହି ଇଲେକ୍ଟ୍ରି ଡିଭିଜନର ଯନ୍ତ୍ରୀ ପ୍ରଜ୍ଞା ମହାନ୍ତି ଙ୍କୁ ଜଣାଇଥିଲେ I ଯନ୍ତ୍ରୀ ତାଙ୍କ ପୁରୁଣା ପୁରୁଣା ମିଟର ଟିକୁ ବଦଳାଇଦେବା ସହିତ ଲାଗୁହେଇଥିବା ଫାଇନ୍ ଟଙ୍କା
କମାଇଦେବେ ବୋଲି କହିଥିଲେ କିନ୍ତୁ ଏଥିପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ,ଏନେଇ ବିଦ୍ୟୁତ ଉପଭୋକ୍ତା ଜିତେନ ଭିଜିଲାନ୍ସ ରେ ଜଣାଇଥିଲେ I

ପୂର୍ବ ପ୍ରସ୍ତୁତି ଅନୁଯାଇ ଯନ୍ତ୍ରୀ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଙ୍କ ହାତରେ ଧରାପଡ଼ିଥିଲେ I ଯନ୍ତ୍ରୀ ଙ୍କୁ ଗିରଫ କରାଯିବା ସହିତ ଲାଞ୍ଚ ବାବଦ ଅର୍ଥ ଜବତ କରାଯାଇଛି I

Leave a Reply

Your email address will not be published. Required fields are marked *