ସାମ୍ବାଦିକଙ୍କୁ ଉଲଗ୍ନ କରି ମାଡ ମାରି ମୁହଁରେ ପରିସ୍ରା କଲେ ପୁଲିସ

ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ I ତାହା ପୁଣି ରକ୍ଷାକର୍ତ୍ତା ପୋଲିସ ଦ୍ୱାରା I କେବଳ ମାଡ ମାରିନାହାନ୍ତି ,ସାମ୍ବାଦିକ ଙ୍କୁ ଲହୁଲୁହାଣ କରିବା ପରେ ପାଟିରେ ପରିସ୍ରା କରିଦେଇଛନ୍ତି I ଏପରି ଏକ ଅଭାବନୀୟ ଘଟଣା ଘଟିଛି ପଶ୍ଚିମ ଉତ୍ତର ପ୍ରଦେଶର ଶାମଲିରେ I

ସୂଚନା ଅନୁଯାଇ ଧୀମନପୁରରେ ଏକ ଟ୍ରେନ୍‌ ଧାରଣାଚ୍ୟୁତ ହେଇଯାଇଥିଲା ,ଯାହାର ଖବର ସଂଗ୍ରହ କରିବାକୁ ଏକ ଜାତୀୟ ଗଣମାଧ୍ୟମ ନିଉଜ 24 ର ଜଣେ ସାମ୍ବାଦିକ ସେଠାକୁ ଯାଇଥିଲେ ,କିନ୍ତୁ ସେଠାରେ ଉପସ୍ଥିତ ଥିବା ଏସ୍‌ଏଚ୍‌ଓ ରାକେଶ କୁମାର ଏବଂ କନେଷ୍ଟବଳ ସୁନୀଲ କୁମାର ତାଙ୍କୁ ଘୋଷାଡ଼ି ନେଇ ହାଜତ ଭିତରେ ପୁରାଇ ଦେଇଥିଲେ I

ନିସ୍ତୁକ ମାଡ ମାରିବା ସହିତ ତାଙ୍କ ପୋଷାକ ଖୋଲି ମୁଁହରେ ପରିସ୍ରା କରିଦେଇଥିଲେ I ସାମ୍ବାଦିକ ଙ୍କୁ ରାତ୍ରିସାରା ଅଟକ ରଖିଥିଲେ I ତେବେ ସେହି ସମୟର ଭିଡିଓ ଭାଇରଲ ହେବ ପରେ ଘଟଣା ସମ୍ପର୍କ ରେ ଜଣା ପଡିଥିଲା ଏବଂ ଉଭୟ ଙ୍କୁ ନିଲମ୍ବନ କରାଯିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ତରପ୍ରଦେଶ ପୋଲିସ ନିର୍ଦେଶ ଦେଇଛନ୍ତି I

Leave a Reply

Your email address will not be published. Required fields are marked *