ଟିକଟକ୍ ନେଲା ଜୀବନ ,ପିସ୍ତଲ ଧରି ଟିକଟକ୍ ଭିଡିଓ କରୁଥିବାବେଳେ ଗୁଳି ବାଜି ନାବାଳକଙ୍କ ମୃତ୍ୟୁ

ଦିନକୁ ଦିନ ଟିକଟକ୍ ଭିଡିଓ ର ଚାହିଦା ବଢି ଚାଲିଥିବା ବେଳେ ଯୁବପିଢ଼ି ଏହା କବଳରେ I ସୋସିଆଲ ମିଡିଆରେ ନିଜର ଅଲଗା ପ୍ରକାର ଭିଡିଓ ପ୍ରସ୍ତୁତ କରି ସମସ୍ତଙ୍କୁ କିଛି ନୂଆ ଦେଖାଇବା ପାଇଁ ଛୁଆଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଲାଗିପଡିଛନ୍ତି I ନିକଟରେ ଟିକଟକ୍ ପାଇଁ ଜଣେ ନାବାଳକ ର ଜୀବନ ଚାଲିଯାଇଛି I ସୂଚନା ଅନୁଯାଇ ମହାରାଷ୍ଟ୍ରର ଶିରିଡ଼ିର ୧୭ବର୍ଷର ପ୍ରତୀକ ଓ୍ବାଡ଼େକର ଟିକଟକ୍ ରେ ଭିଡିଓ ପୋଷ୍ଟ କରିବା ପାଇଁ ଏକ ପିସ୍ତଲ ସୁଟିଂ କରୁଥିଲେ ତେବେ ଅସାବଧାନତା ବଶତଃ ପିସ୍ତଲ ରୁ ଗୁଳି ଫୁଟି ନାବାଳକ ଙ୍କ ଜୀବନ ଚାଲିଯାଇଛି I

Leave a Reply

Your email address will not be published. Required fields are marked *