ଆଜିକା ଯୁଗରେ ସତ ପ୍ରେମ ମିଳିବା ଏତେ ସହଜ ନୁହେଁ ,ତଥାପି ବି ପ୍ରେମ ରହିଛି ,ଯାହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି I
ଜାମନଗର ଜିଲ୍ଲାର ଡବାସନ ଗାଁରେ ରହୁଥିବା 18 ବର୍ଷର ହୀରଲ ତନସୂଖ ଭାଦ୍ର ବଡଗାମରେ ରହୁଥିଲେ ଓ ତାଙ୍କର ନିର୍ବନ୍ଧ 28 ମାର୍ଚ ଦିନ ଜାମନଗରର ଚିରାଗ ଭାଡେସିୟା ଗଜ୍ଜରାଙ୍କ ସହ ହୋଇଥିଲା I ଖରା ଦିନ ଛୁଟିରେ ତାଙ୍କର ବାହାଘର ତାରିଖ ଫିକ୍ସି ହୋଇଥିଲା କିନ୍ତୁ ଭାଗ୍ୟରେ କିଛି ଅଲଗା ଥିଲା
I 11 ମେ ଦିନ ହୀରଲ କପଡା ଧୋଇ ତାକୁ ଶୁଖାଇବା ପାଇଁ ଝରକା ପାଖରେ ପହଁଚିଲେ ଓ ଯେମିତି ସେ ହାତ ବାହାରକୁ ବାହାର କରିଛନ୍ତି ତାଙ୍କ ହାତ ଇଣ୍ଟେସନ ତାର ପାଖକୁ ଚାଲିଗଲା ସେଇଠି ତାରରେ ହାତ ବାଜି ତାଙ୍କ ହାତ ଜଳିଗଲା I ହାତରୁ କରେଣ୍ଟ ଯାଇ ଗୋଡ ପାଖରେ ପହଁଚିଲା ଓ ସେ ଗମ୍ଭୀର ରୂପରେ ଆଘାତ ପାଇ ବେହୋସ ହୋଇଗଲେ I ତୁରନ୍ତ ତାଙ୍କୁ ପାଖରେ ଥିବା ଜିଜି ହସ୍ପିଟାଲରେ ଭର୍ତିକରାଗଲା ଓ ସେଇଠି ତାଙ୍କ ଚିକିତ୍ସା ହେଲା
I ପରିବାରବାଲାଙ୍କୁ ଲାଗିଲାକି ଡାକ୍ତର ତାଙ୍କୁ କିଛି ଲୁଚାଉଛନ୍ତି ବାରମ୍ବାର ପଚାରିବାରୁ କହୁଛନ୍ତି ରିପୋର୍ଟ ଭଲ ଅଛି ,ସବୁକିଛି ଠିକୀ ହୋଇଯିବ I ଚାରିଦିନ ପରେ ଡାକ୍ତର ହିରଲଙ୍କୁ ଅହମଦବାଦର ସିଭିଲି ହସ୍ପିଟାଲକୁ ରେଫର କରିଦେଲେ I ସେଠି ଡାକ୍ତର କହିଲେକି ହୀରଲର ଡାହାଣ ହାତ ଓ ଦୁଇ ଗୋଡ଼ର ଆଣ୍ଠୁକୁ କାଟିବାକୁ ପଡିବ I ଯଦି ଦୁର୍ଘଟଣାର 48 ଘଣ୍ଟା ପରେ ଏଠାକୁ ଆଣିଥିଲ ସ୍ତିତି କିଛି ଅଲଗା ହୋଇଥାନ୍ତା I ଏହା ପିତାମାତା ଶୁଣିଲା ପରେ ତାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡିଲା I ବର୍ତ୍ତମାନ ଝିଅର ଦାଇତ୍ୱର ବୋଝ କିଏ ଉଠାଇବ ?
କଣ ତାର ଭାବି ସ୍ୱାମୀ ତାକୁ ବିବାହ କରିବ ? ହୀରଲର ଜୀବନ କେମିତି କଟିବ ? ଏହି ସବୁ ପ୍ରଶ୍ନରେ ହୀରଲର ମାତାପିତା ପଡିଗଲେ I ଯେତେବେଳେ ଚିରାଗ ହସ୍ପିଟାଲକୁ ଆସିଲା ଓ ତାଙ୍କୁ ଚିନ୍ତାରେ ଦେଖି କହିଲା ମୁ ବିବାହ କରିବି I ତାଙ୍କ ସହିତ ମୋର ନିର୍ବନ୍ଧ ହେଇସାରିଛି ,ଏହାପରେ ଏପରି ଅବସ୍ଥା ହେଇଛି ଯଦି ବିବାହ ପରେ ହେଇଥାନ୍ତା ତେବେ କଣ ମୁଁ ତାଙ୍କୁ ଆଡେଇ ଦେଇଥାନ୍ତି ? ସାତ ଜନ୍ମ ର ସାଥି ହେବାକୁ କଥା ଦେଇଛୁ ଏବଂ ଏ କଥା ରଖିବାକୁ ମୁଁ ବଧ୍ୟପରିକର I
ଚିରାଗର ଫଇସଲାକୁ ହୀରଲର ମାତାପିତା ସମର୍ଥନ କଲେ ,ଏବଂ ଏପରି ଜଣେ ଦେବଦୁତ ଯେ ମର୍ତ୍ୟରେ ଥାଇ ପାରନ୍ତି ତାହା ପ୍ରଥମ ଥର ପାଇଁ ସେମାନେ ଦେଖିବାକୁ ପାଇଲେ I ଘଟଣାଟି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I I