ହାର୍ଟ ଆଟାକ ଆଜିକା ସମୟରେ ଏକ ଗମ୍ଭୀର ରୋଗ ହୋଇସାରିଛି I ଆମର ଖାଦ୍ୟ ,ପାନୀୟ ଓ ପ୍ରଦୂଷଣ ଇତ୍ୟାଦି କାରଣ ଯୋଗୁ ଆଜି ଏହି ସମସ୍ୟାରେ କେବଳ ବୟସ୍କ ବ୍ୟକ୍ତି ନୁହଁ ଯୁବମାନେ ମଧ୍ୟ ଶିକାର ହୋଇଛନ୍ତି I ହାର୍ଟ ଆଟାକ ସଡନ ଆସିଥାଏ ଓ ଜୀବନ ନେଇଯାଇଥାଏ I ରିସର୍ଚ ଅନୁସାରେ ହାର୍ଟ ଆଟାକ ହେବାର ଗୋଟିଏ ମାସ ପୂର୍ବରୁ ଶରୀର ଦେଇଥାଏ ଏହି ସବୁ ସଂକେତ I
ଶରୀରରେ ବିନା କୌଣସି ବାଧାରେ ରକ୍ତ ପ୍ରବାହ ହୋଇଥାଏ କିନ୍ତୁ ରୋଗୀଣା ହୋଇସାରିଥିବା କରୁଣା ଆଟ୍ରିଷ୍ଟିରେ ଏକ ପ୍ରକାର ଚର୍ବିଯୁକ୍ତ ତତ୍ୱ ଯାହାକୁ ବ୍ଲାକ କହନ୍ତି ତାହା ଆଟ୍ରିଷ୍ଟିର ଦ୍ୱାରରେହିଁ ଜମିଯାଇଥାଏ I ତାହା ରକ୍ତ ପ୍ରବାହିତ ହଉଥିବା ରାସ୍ତାରେ ଆସିବାକୁ ଲାଗିଥାଏ ଏହା ଦ୍ୱାରା ହାର୍ଟ ପାଇଁ ଦରକାର ହଉଥିବା ଅକ୍ସିଜେନ ଓ ନ୍ୟୁଟ୍ରିୟନସଁ ବ୍ଲାକ ହୋଲକୁ ଲାଗିଥାଏ ଏହାଦ୍ୱାରା ବେଳେବେଳେ ଛାତିରେ ଯନ୍ତ୍ରଣା ହେବାକୁ ଲାଗିଥାଏ କିମ୍ବା ଶ୍ୱାସ ମଧ୍ୟ ଫୁଲିଯାଇଥାଏ I
ଅଧିକାଂଶ ସମୟରେ ହାର୍ଟ ଆଟାକ ହେବାର ମୁଖ୍ୟ କାରଣ ହେଉଛି ବ୍ଲାକ ଆଟ୍ରିଷ୍ଟି ମଧ୍ୟରେ ନଆସି ତାର ଦ୍ୱାରରେହିଁ ରହିଯାଇଥାଏ I ହାର୍ଟ ଆଟାକର ପ୍ରଥମ ସଂକେତ ହେଉଛି ବିନା କୌଣସି ପରିଶ୍ରମରେ ଝାଳ ବୋହିବା I ଗରମ ନହଉଥିଲେ ବା ବିନା କୌଣସି କାମ କରି ଝାଳ ବୋହୁଥିଲେ ଏହା ହାର୍ଟ ଆଟାକର ସଂକେତ ଦେଇଥାଏ I ଦୁତୀୟ ହେଉଛି ବ୍ଲଡ଼ ସଂଚାଳନ କମିବା I ଯଦି ଆପଣଙ୍କର ମୁଣ୍ଡ ବାରମ୍ବାର ବୁଲାଉଥାଏ ବି.ପି ଲୋ ହେବାର ସମସ୍ୟା ଥାଏ ତ ଏହାକୁ ହାଲକା ଭାବରେ ନିଅନ୍ତୁ ନାହିଁ କାରଣ ଏହା ଆପଣଙ୍କୁ ଅସୁବିଧାରେ ପକାଇ ଦେଇପାରେ I
ଯଦି ଛାତିରେ ବା ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ ଏହା ହାର୍ଟ ଆଟାକ ହେବାର କାରଣ ମଧ୍ୟ ହୋଇପାରେ ଏବଂ ଏପରି ଅନେକ ଲକ୍ଷଣ ଦେଖାଯାଇପାରେ I ହାର୍ଟ ଆଟାକ କୌଣସି ସମୟରେ ମଧ୍ୟ ହୋଇପାରେ I ହାର୍ଟ ଆଟାକ ହେବାର ଗୋଟେ ଘଣ୍ଟା ମଧ୍ୟରେ ଜୀବନ ଯାଇପାରେ ଯଦି ଆପଣ କୌଣସି କାମ କରୁଛନ୍ତି ଏବଂ ହଟାତ ଆପଣଙ୍କ ଛାତିରେ ବହୁତ ଜୋରରେ ଯନ୍ତ୍ରଣା ହୁଏ ତେବେ ଆପଣ ସମସ୍ତ କାମ ଛାଡ଼ିଦେଇ ଗୋଟେ ପାଶ୍ୱର୍ରେ ବସିପଡନ୍ତୁ ଏବଂ ଜୋର ଜୋରରେ ନିଶ୍ୱାସ ନେବା ପାଇଁ ଚେଷ୍ଟା କରନ୍ତୁ ଏହା ହଉଛି ମୁଖ୍ୟ ଉପାୟ ନିଜକୁ ରକ୍ଷା କରିବା ପାଇଁ I ଯଥାସମ୍ଭବ କାହାକୁ ସାହାଯ୍ୟ ପାଇଁ ଡାକନ୍ତୁ I
ହାର୍ଟ ଆଟାକ ନହେବାପାଇଁ ଚେଷ୍ଟା କରନ୍ତୁ ପ୍ରତିଦିନ ଏକ୍ସରସାଇଜି କରିବା ପାଇଁ ଓ ପ୍ରତିଦିନ ଆଠ ଘଣ୍ଟାର ନିଦ ଆପଣଙ୍କର ହାର୍ଟକୁ ସୁସ୍ତ ରଖିଥାଏ I ତୈଳଜାତୀୟ ଖାଦ୍ୟ ଓ ମୋଟାପଣ ଠାରୁ ଦୁରେଇ ରୁହନ୍ତୁ କାହିଁକିନା ଯଦି ମୋଟାପଣ ଦୂର ହେବ ଏହାର ପ୍ରଭାବ ହାର୍ଟ ଚାପଉପରେ ପଡିବ ନାହିଁ I