ଶହୀଦ ବାପାର ଅନ୍ତିମ ଦର୍ଶନ ବେଳେ ପୁଅ ର କାନ୍ଦ ଦେଖି ଏସଏସପି ନିଜ ଲୁହ ଅଟକାଇ ପାରିଲେ ନାହିଁ

ଜଣେ ସହିଦ ବାପାର ଶେଷ ସମୟରେ ପୁଅର ଭାବ ବିହ୍ଵଳ କଥା ରେ ଉପସ୍ଥିତ ଥିବା ଏସଏସପି ନିଜର କୋହ ସମ୍ଭାଳି ପାରିନଥିଲେ I ଆଖିରୁ ଧାର ଧାର ଲୁହ ଝରି ଯାଇଥିଲା ,ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ଘଟଣା ଅନୁଯାଇ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଜୁନ ୧୨ ତାରିଖରେ ଆତଙ୍କବାଦୀ ଙ୍କ ଏକ ଆକ୍ରମଣ ରେ ପୋଲିସ ଏଚଏଚଓ ଅର୍ଶଦ ଖାନ୍ ଗୁରୁତର ଆହତ ହେଇ ମୃତ୍ୟୁବରଣ କରିଥିଲେ I ଏହାପରେ ତାଙ୍କ ଅନ୍ତିମ ସଂସ୍କାର ବେଳେ ଶ୍ରୀନଗରର ଏସଏସପି ହସିମ ମୁଗଲ ସହିଦ ହେଇଥିବା ଅର୍ଶଦ ଙ୍କ ଛୋଟ ପୁଅକୁ ଆଣିଥିଲେ ବାପାଙ୍କ ଶେଷ ଦର୍ଶନ ପାଇଁ I ତେବେ ବାପାଙ୍କୁ ଦେଖି ପୁଅର କାନ୍ଦ ବନ୍ଦ ହେଇନଥିଲା I

ପୁଅର କାନ୍ଦ ଏପରି ଥିଲା ଯେ ଖୋଦ ଏସଏସପି ଙ୍କ ଆଖିରୁ ଲୁହ ଧାର ଝରି ଯାଇଥିଲା I ଘଟଣାଟି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *