ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ଜଣା ନାହିଁ ସ୍କୁଲ କେବେ ଖୋଲିବ,ମନ୍ତ୍ରୀ କହିଲେ ୧୯, ସଚିବ ଘୋଷଣା କଲେ ୨୬

ପୂର୍ବ ନିର୍ଧାରିତ ୧୯ ତାରିଖ ବଦଳରେ ପ୍ରବଳ ଖରା ଯୋଗୁଁ ଆଗାମୀ ୨୫ ତାରିଖ ଯାଏଁ ସମସ୍ତ ସ୍କୁଲ ଛୁଟି କୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ୨୬ ତାରିଖରେ ସ୍କୁଲ ଖୋଲିବ I ଏନେଇ ପୂର୍ବରୁ ଆଲୋଚନା ହେଉଥିଲା କି ସ୍କୁଲ ଛୁଟି ବୃଦ୍ଧି ହେଇପାରେ ଯାହାକୁ ବିଭାଗ ଖଣ୍ଡନ କରିଥିଲା I ତେବେ ଏନେଇ ମନ୍ତ୍ରୀ ଙ୍କ ବୟାନ ଏବେ ଚର୍ଚ୍ଚାରେ I ଗତକାଲି ଏକ ଗଣମାଧ୍ୟମ କୁ ପ୍ରତିକ୍ରିୟା ରଖି ମନ୍ତ୍ରୀ ସମୀର ଦାସ କହିଥିଲେ କି ସ୍କୁଲ ଛୁଟି ବୃଦ୍ଧି ହେବନି ପୂର୍ବ ନିର୍ଧାରିତ ତାରିଖ ଅନୁଯାଇ ବିଦ୍ୟାଳୟ ଖୋଲିବ ,କିନ୍ତୁ ଏହାର କିଛିସମୟ ପରେ ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର ଘୋଷଣା କରିଥିଲେ କି 19 ନୁହେଁ 26 ରେ ସ୍କୁଲ ଖୋଲିବ

I ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି କି ମନ୍ତ୍ରୀ ଙ୍କ ପାଖରେ ବିଭାଗୀୟ ଖବର ନାହିଁ I

Leave a Reply

Your email address will not be published. Required fields are marked *