ବାଲେଶ୍ୱର ପଲ୍ଲୀ ରୁ ହଠାତ ଦିଲ୍ଲୀ I ଦୁଇ କୋଟିପତି ବିପକ୍ଷଙ୍କୁ ହରାଇ ନିଜର ସରଳ ଜୀବନ ଜାପନ ପାଇଁ ସୋସିଆଲ ମିଡ଼ିଆ ରେ ହିରୋ ପାଲଟିଥିବା ପ୍ରତାପ ଷଡ଼ଙ୍ଗୀ ଙ୍କୁ ମନ୍ତ୍ରୀପଦ ମିଳିବା ପରେ ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ହଠାତ ତାଙ୍କୁ ୧୯୯୯ରେ କେନ୍ଦୁଝର ଜିଲ୍ଲାର ଗ୍ରାହାମ ଷ୍ଟେନ ପୋଡି ମାମଲାରେ ଛନ୍ଦି ଖବର ପ୍ରସାରଣ କରିଥିଲା Iଏପରିକି ପ୍ରତାପ ଙ୍କ ସରଳ ଚେହେରା ପଛରେ ରକ୍ତର ଛିଟା ପଡିଥିବା ଉଲ୍ଲେଖ କରିଥିଲା
I ଏହି ପୋଡି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦାରା ସିଂ ବଜରଙ୍ଗ ଦଳର ହେଇଥିବା ବେଳେ ପ୍ରତାପ ସେତେବେଳେ ବଜରଙ୍ଗ ଦଳର ସଭାପତି ଥିଲେ ବୋଲି ଉଲ୍ଲେଖ କରାଯାଇଥିଲା I ଯାହାକୁ ନେଇ ଭାରତ ରାଜନୀତି ରେ ହଇଚଇ ସୃଷ୍ଟି ହେଇଯାଇଥିଲା I
ତେବେ ଏହି ମାମଲାରେ ନିଜେ ପ୍ରତାପ ଷଡ଼ଙ୍ଗୀ ଗଣମାଧ୍ୟମ କୁ ସାକ୍ଷାତ ଦେଇ କହିଛନ୍ତି ଯେ ଦାରା ସିଂ ବଜରଙ୍ଗ ଦଳର ସଦସ୍ୟ ବୋଲି ଯଦି କେହି ବି ଜଣେ ପ୍ରମାଣିତ କରିଦିଏ ସେ ରାଜନୀତି ରୁ ସନ୍ୟାସ ନେଇଯିବେ I ଏନେଇ କୋର୍ଟ ସ୍ପଷ୍ଟୀକରଣ ଦେଇସାରିଥିବା ବେଳେ ବିବିସି ନିଉଜ ର ଏପରି ଖବର ଅତି ହୀନ ସ୍ତରର I ଏହା ଦ୍ୱାରା ତାଙ୍କର ସନମାନ ଖୁର୍ଣ୍ଣ ହେଇଛି ତେଣୁ ସେ କୋର୍ଟ ରେ ମାନହାନି ମକଦମା ଦାଏର କରି ବିବିସି କୁ କୋର୍ଟ ଟାଣିବେ ଏବଂ କୋର୍ଟ ରେ ବିବିସି ତଥ୍ୟ ରଖିବ ଏ ଘଟଣାରେ I