ରାଜ୍ୟସଭା ନମିଳିଲେ ବିଜେପି ରେ ସାମିଲ ହେବେ ବାବା ପାଟ୍ଟଶାଣୀ !

ନିକଟରେ ରାଜ୍ୟସଭା କୁ କିଏ ଯିବେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ,ପ୍ରମୁଖ ଦାବିଦାର ଭାବରେ ସାମ୍ନା କୁ ଆସୁଛନ୍ତି ବିଜେଡି ର ବରିଷ୍ଠ ନେତା ତଥା ବାବା ପ୍ରସନ୍ନ ପାଟ୍ଟଶାଣୀ I
ଚଳିତଥର ନିର୍ବାଚନ ରେ ବାବାଙ୍କୁ ଟିକେଟ ମିଳିନଥିଲା ,ତାଙ୍କ ସ୍ଥାନରେ ଅରୂପ ଙ୍କୁ ଟିକେଟ ମିଳିଥିଲା ,ଅରୂପ ମଧ୍ୟ ଅପରାଜିତା ଙ୍କ ଠାରୁ ପରାସ୍ତ ହେଇଥିଲେ I

ତେବେ ଚର୍ଚ୍ଚା ଚାଲିଥିଲା କି ବାବା ଙ୍କ ଅସନ୍ତୋଷ ଯୋଗୁଁ ଅରୂପ ହାରିଥିଲେ ,ଏମିତିକି ବାବା ବିଜେଡି ବିରୁଧରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ଏକ ଗଣମାଧ୍ୟମ ସାମ୍ନାରେ କହିଥିଲେ କି ସେ ଅପରାଜିତା ଙ୍କୁ ଭୋଟ ଦେଇଦେଇଛନ୍ତି I ଯାହାକୁ ନେଇ ସେତେବେଳେ ଜୋରଦାର ଚର୍ଚ୍ଚା ହେଇଥିଲା I ତେବେ ୫ଥର ସାଂସଦ ହେଇଥିବା ବାବାଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟସଭା କୁ ପଠାଇବେ ବୋଲି ପ୍ରତିଶୃତି ଦେବା ପରେ ବାବା ଚୁପ ହେଇଥିଲେ Iସେହିପରି ତାଙ୍କ ଜ୍ୱାଇଁ ପ୍ରିୟଦର୍ଶୀ ମିଶ୍ରଙ୍କୁ ମଧ୍ୟ ଟିକେଟ ମିଳିନଥିଲା I ତେବେ ନିକଟରେ ରାଜ୍ୟସଭା ରେ ଖାଲିଥିବା 3ଟି ଆସନ ପାଇଁ ଅଧିକାଂଶ ଆଶାୟୀ ପ୍ରାଥୀ ଥିବାରୁ ବାବା ଆଶଙ୍କାରେ ଅଛନ୍ତି I ତାଙ୍କୁ ରାଜ୍ୟସଭା ପଠାଯିବ କି ନାହିଁ ସେ ନେଇ ଦ୍ବନ୍ଦରେ ଥିବା ବାବା ହଠାତ ବିଜେପି ମୁଁହା ବୋଲି ଚର୍ଚା ହେଉଛି Iଯଦି ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭା ନ ପଠାନ୍ତି ତେବେ ବାବା ବିଜେଡି ସହିତ ସବୁ ସମ୍ପର୍କ ତୁଟାଇ ବିଜେପି ରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ଅବଶ୍ୟ ଏନେଇ ବାବା କୌଣସି ପ୍ରତିକ୍ରିୟା ରଖିନାହାନ୍ତି I

Leave a Reply

Your email address will not be published. Required fields are marked *