ଘରୁ ଝିଟିପିଟିକୁ ବାହାର କରିବାର ସହଜ ଉପାୟ

ପ୍ରାୟତଃ ସମସ୍ତଙ୍କ ଘରେ ଝିଟିପିଟି ଦେଖିବାକୁ ମିଳିଥାଏ ଏହା ମଣିଷ ଜୀବନ ପାଇଁ ବହୁତ କ୍ଷତିକାରକ ହୋଇଥାଏ I ଝିଟିପିଟି ଖାଦ୍ୟରେ ପଡିବା ଦ୍ୱାରା ଖାଦ୍ୟ ବିଶରେ ପରିଣତ ହୋଇଯାଏ ଓ ସେହି ଖାଦ୍ୟକୁ ଖାଇବା ଦ୍ୱାରା ଆମର ଶରୀର ଅସୁସ୍ଥ ହୋଇପଡେ Iଯାହା ଫଳରେ ଆମେ ତାକୁ ଘରୁ ଘଉଡାଇବା ପାଇଁ ବହୁତ ଚେଷ୍ଟା କରିବା ପରେ ମଧ୍ୟ ସେ ଘରୁ ଯାଆନ୍ତି ନାହିଁ I ଘରୁ ଝିଟିପିଟିକୁ ସହଜ ଉପାୟ ମାଧ୍ୟମରେ ବାହାର କରାଯାଇପାରିବ I ଘରୁ ଝିଟିପିଟିକୁ ବାହାର କରିବା ପାଇଁ ଦରକାର ହୋଇଥାଏ ସ୍ପ୍ରେ ବୋତଲ ଭରା ପାଣି ,ପିଆଜ ରସ ,ସାବୁନୁ ଓ କଳା ମିରିଚି I

ଆମକୁ ପ୍ରଥମେ ବୋତଲ ଭରା ପାଣିରେ ପିଆଜର ରସ ଓ କଳା ମିରିଚିକୁ ବାଟି ଏକ ଚାମଚ ହିସାବରେ ନେଇ ତାକୁ ସେହି ବୋତଲ ଭରା ପାଣିରେ ମିସାଇବାକୁ ପଡିବ I ତାପରେ ଛୁରୀ ସାହାଯ୍ୟରେ ସାବୁନୁର ଏକ ଛୋଟ ଟୁକୁଡା ଖଣ୍ଡକୁ ନେଇ ବୋତଲ ପାଣିରେ ମିସାଇବାକୁ ପଡିବ I

ଏହା ପରେ ସମସ୍ତ ମିଶ୍ରଣକୁ ଭଲ ଭାବରେ ମିଶାଇ ସାରିବା ପରେ ସେହି ମିଶ୍ରଣକୁ ନେଇ ସ୍ପ୍ରେ ବୋତଲ ସାହାଯ୍ୟରେ ଅଧିକ ଝିଟିପିଟି ଥିବା ସ୍ଥାନରେ ସ୍ପ୍ରେ କରନ୍ତୁ ସ୍ପ୍ରେ କରିବା ଦ୍ୱାରା 5-10 ମିନିଟି ଭିତରେ ଘରୁ ଝିଟିପିଟି ପଳାଇଯାଆନ୍ତି I

Leave a Reply

Your email address will not be published. Required fields are marked *