ଘୋର କଳିକାଳ, ଯାଜପୁର ରେ ୧୪ ବର୍ଷର ନାବାଳିକା ଝିଅ କୁ ୬ ମାସ ଧରି ବାପା କରୁଥିଲା ଧର୍ଷଣ ଘଟଣା ଜାଣି ଚୁପ ରହିଥିଲା ପୋଲିସ

ନିକଟରେ ବାପାଙ୍କ ପାଇଁ ପାଳିତ ହେଉଥିଲା ଦିନଟିଏ I ଫାଦର୍ସ ଡେ I କିନ୍ତୁ ବାପା ଙ୍କ ନାମରେ ଆସିଛି ସଂଗୀନ ଅଭିଯୋଗI ନିଜ ଝିଅକୁ 6 ମାସଧରି ଲଗାତାର କରୁଥିଲେ ଦୁଷ୍କର୍ମ I ଘଟଣା ଯାଜପୁର ର ବିଂଝାରପୁର ବ୍ଲକର ରୁଦ୍ରପୁର ଗାଁର । ନିଜ ବାପା ସାଜିଲା ସୈତାନ ,ଯେଉଁ ବାପା ନିଜ ଝିଅକୁ ସୁରକ୍ଷା ଦେବାକଥା ସେହି ବାପା ଶେଷରେ ଝିଅର ଇଜ୍ଜତ ସହିତ ଖେଳୁଥିଲା I ସୂଚନା ଅନୁଯାଇ ନିଜର ୧୪ ବର୍ଷର ନାବାଳିକା ଝିଅକୁ ଦୀର୍ଘ 6 ମାସ ଧରି ଶାରୀରିକ ନିର୍ଯାତନା ଦେଉଥିଲା,ସୈତାନ ବାପା I

ଏନେଇ ପାଟି ଖୋଲିବାରୁ ମା ସହିତ ଝିଅକୁ ମାଡ ଦେଉଥିଲା ସୈତାନ I ପୂର୍ବରୁ ଗାଁ ରେ ନିଶାପ ମଧ୍ୟ ବସିଥିଲା ତଥାପି ବାପା ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା I ନିଜ ବାପା ଠାରୁ ରକ୍ଷା ପାଇବାକୁ ଝିଅଟି ଯେତେ ଚାହିଁଲେ ବି ସେଥିରୁ ରକ୍ଷା ପାଉନଥିଲା I ଶେଷରେ ବାଧ୍ୟ ହେଇ ଥାନାର ଦ୍ୱାରସ୍ଥ ହେଇଥିଲା ଝିଅଟି କିନ୍ତୁ ସେଠାରେ ନ୍ୟାୟ ପାଇବା ସହଜ ହେଇନଥିଲା ତା ପାଇଁ Iଅଭିଯୋଗ ଅନୁଯାଇ ଥାନାଧିକାରୀ ଶିବ ଚରଣ ବେହେରା ଏଭଳି ଏକ ଗୁରୁତର ତଥା ସମ୍ବେଦନ ଶିଳ ଘଟଣାରେ କୌଣସି ପଦକ୍ଷେପ ନେଇନଥିଲେ I କେବଳ ନାମକୁ ମାତ୍ର ଅଭିଯୁକ୍ତ ବାପାକୁ ଥାନାକୁ ଡକାଇ ପରେ ଛାଡିଦେଇଥିଲେ I ତେବେ ଏ ସଂକ୍ରାନ୍ତରେ ଯାଜପୁର ଏସଡ଼ିପିଓ ଉପେନ୍ଦ୍ର ଜେନା ଖବର ପାଇବା ପରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ପାଇଁ ନିର୍ଦେଶ ଦେଇଥିଲେ Iଏହାପରେ ଅଭିଯୁକ୍ତ ବାପାକୁ ଗିରଫ କରାଯାଇ ଥାନାକୁ ପଠାଯାଇଥିଲା I ତେବେ ଏଭଳି ଏକ ମାମଲାରେ ପୋଲିସ ବାବୁ କାହିଁକି ଚୁପ ରହିଥିଲେ ତାହାକୁ ନେଇ ସବୁ ମହଲରେ ପ୍ରଶ୍ନ ଉଠିଛି I

Leave a Reply

Your email address will not be published. Required fields are marked *