ପୋର୍ଟମର୍ଟମ ଗୃହ ରେ ଉଠି ବସିଲା ଶବ ,ଜୀବିତଙ୍କୁ ମୃତ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ପଠାଇଲେ ଡାକ୍ତର

ବେଳେବେଳେ ଡାକ୍ତର ଙ୍କ ଅବହେଳା ପାଇଁ ନିରୀହ ଜୀବନ ଚାଲିଯାଇଥାଏ I ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ I ଜଣେ ବୃଦ୍ଧ ଜୀଵିତ ଥିବାବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିଲେ I ତେବେ ଶବ ବ୍ୟବଚ୍ଛେଦ ହେବାକୁ ଯିବାବେଳେ ଦେଖିବାକୁ ମିଳିଥିଲା କି ବୃଦ୍ଧ ଜଣଙ୍କ ଜୀବିତ ଅଛନ୍ତି I ତୁରନ୍ତ ତାଙ୍କୁ ସେଠାରୁ ବାହାର କରାଯାଇଥିଲା I

ତେବେ ଅଳ୍ପ ସମୟ ପରେ ବୃଦ୍ଧ ଜଣଙ୍କ ଜୀବନ ଚାଲିଯାଇଥିଲା I ଖବର ଅନୁଯାଇ ତାଙ୍କ ଘର ଛତରପୁର ହେଇଥିବା ବେଳେ ତାଙ୍କ ନାମ କାଶୀରାମ ସୋନି (୭୨) I ଏନେଇ ଥାନାରେ ମୃତ ବୃଦ୍ଧ ଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *