ନିକଟରେ ବାପାଙ୍କ ପାଇଁ ପାଳିତ ହେଉଥିଲା ଦିନଟିଏ I ଫାଦର୍ସ ଡେ I କିନ୍ତୁ ବାପା ଙ୍କ ନାମରେ ଆସିଛି ସଂଗୀନ ଅଭିଯୋଗI ନିଜ ଝିଅକୁ 6 ମାସଧରି ଲଗାତାର କରୁଥିଲେ ଦୁଷ୍କର୍ମ I ଘଟଣା ଯାଜପୁର ର ବିଂଝାରପୁର ବ୍ଲକର ରୁଦ୍ରପୁର ଗାଁର । ନିଜ ବାପା ସାଜିଲା ସୈତାନ ,ଯେଉଁ ବାପା ନିଜ ଝିଅକୁ ସୁରକ୍ଷା ଦେବାକଥା ସେହି ବାପା ଶେଷରେ ଝିଅର ଇଜ୍ଜତ ସହିତ ଖେଳୁଥିଲା I ସୂଚନା ଅନୁଯାଇ ନିଜର ୧୪ ବର୍ଷର ନାବାଳିକା ଝିଅକୁ ଦୀର୍ଘ 6 ମାସ ଧରି ଶାରୀରିକ ନିର୍ଯାତନା ଦେଉଥିଲା,ସୈତାନ ବାପା I
ଏନେଇ ପାଟି ଖୋଲିବାରୁ ମା ସହିତ ଝିଅକୁ ମାଡ ଦେଉଥିଲା ସୈତାନ I ପୂର୍ବରୁ ଗାଁ ରେ ନିଶାପ ମଧ୍ୟ ବସିଥିଲା ତଥାପି ବାପା ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା I ନିଜ ବାପା ଠାରୁ ରକ୍ଷା ପାଇବାକୁ ଝିଅଟି ଯେତେ ଚାହିଁଲେ ବି ସେଥିରୁ ରକ୍ଷା ପାଉନଥିଲା I ଶେଷରେ ବାଧ୍ୟ ହେଇ ଥାନାର ଦ୍ୱାରସ୍ଥ ହେଇଥିଲା ଝିଅଟି କିନ୍ତୁ ସେଠାରେ ନ୍ୟାୟ ପାଇବା ସହଜ ହେଇନଥିଲା ତା ପାଇଁ I
ଅଭିଯୋଗ ଅନୁଯାଇ ଥାନାଧିକାରୀ ଶିବ ଚରଣ ବେହେରା ଏଭଳି ଏକ ଗୁରୁତର ତଥା ସମ୍ବେଦନ ଶିଳ ଘଟଣାରେ କୌଣସି ପଦକ୍ଷେପ ନେଇନଥିଲେ I କେବଳ ନାମକୁ ମାତ୍ର ଅଭିଯୁକ୍ତ ବାପାକୁ ଥାନାକୁ ଡକାଇ ପରେ ଛାଡିଦେଇଥିଲେ I ତେବେ ଏ ସଂକ୍ରାନ୍ତରେ ଯାଜପୁର ଏସଡ଼ିପିଓ ଉପେନ୍ଦ୍ର ଜେନା ଖବର ପାଇବା ପରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ପାଇଁ ନିର୍ଦେଶ ଦେଇଥିଲେ I
ଏହାପରେ ଅଭିଯୁକ୍ତ ବାପାକୁ ଗିରଫ କରାଯାଇ ଥାନାକୁ ପଠାଯାଇଥିଲା I ତେବେ ଏଭଳି ଏକ ମାମଲାରେ ପୋଲିସ ବାବୁ କାହିଁକି ଚୁପ ରହିଥିଲେ ତାହାକୁ ନେଇ ସବୁ ମହଲରେ ପ୍ରଶ୍ନ ଉଠିଛି I