ଅଶ୍ୱିନୀ ଙ୍କୁ ମୁଖ୍ୟମନ୍ତ୍ରୀ ନିସର୍ତ୍ତ ସମର୍ଥନ ଦେବାର କାରଣ ବୈଜୟନ୍ତ ?

ବିଜେପି ପ୍ରାଥୀ ଅଶ୍ୱିନୀ ଙ୍କୁ ବିଜେଡି ସମର୍ଥନ ଦେବାପରେ ଏବେ ଏହାକୁ ନେଇ ସବୁଆଡେ ଚର୍ଚ୍ଚା I ଦୁଇ ବିରୋଧୀ ଭାବେ ପରସ୍ପର ନିର୍ବାଚନ ଲଢ଼ୁଥିବା ବେଳେ ହଠାତ କାହିଁକି ମୁଖ୍ୟମନ୍ତ୍ରୀ ବିଜେପି ପ୍ରାଥୀ ଙ୍କୁ ସମର୍ଥନ ଦେଲେ ? ଏହା ଭିତରେ କିଛି କାରଣ ଅଛି କି ?ସାଧାରଣରେ ଚର୍ଚ୍ଚା ହେଉଛି କି ରାଜନୀତି ରେ ନବୀନ ପକ୍କା ଖେଳାଳି ,ବିଶେଷ କରି ତାଙ୍କ ସହିତ ବିରୋଧ କରୁଥିବା ନେତା ଙ୍କ ପକ୍ଷ ଛେଦନ କରିବାରେ ସେ ସିଦ୍ଧହସ୍ତ I ଅତୀତ ରେ ଏହା ଅନେକ ଦ୍ରୁଷ୍ଟାନ୍ତମୂଳକ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି

I ବିଜେଡି ଚାଣକ୍ୟ ପ୍ୟାରୀ ,ନଳିନୀ ,ପଞ୍ଚାନନ କାନୁନଗୋ ,ବିଜୟ ମହାପାତ୍ର ,ନିକଟ ରେ ଦାମ ରାଉତ ଏବଂ ବୈଜୟନ୍ତ I ରାଜନୀତି ରଣନୀତି ରେ ଏ ସମସ୍ତଙ୍କୁ ପରାଜୟ ର ସ୍ୱାଦ ଚଖାଇଛନ୍ତି ନବୀନ ,ଏପରିକି କିଛି ବରିଷ୍ଠ ନେତାଙ୍କ ସତା ମଧ୍ୟ ହଜିଯାଇଛି I ସେହିପରି ବର୍ତମାନ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ସବୁଠାରୁ ବଡ ପାଚେରୀ ହେଇ ଠିଆ ହେଇଛନ୍ତି ବୈଜୟନ୍ତ ପଣ୍ଡା Iଯେଉଁଥିପାଇଁ କେନ୍ଦ୍ରାପଡା ରେ ଦୁଇଦିନ ଧରି ମୁଖ୍ୟମନ୍ତ୍ରୀ ଙ୍କୁ ରହିବାକୁ ପଡିଥିଲା ପ୍ରଚାର କରିବାକୁ ଏବଂ ନିଜର ସଫଳ ରଣକୌଶଳ ରେ ଅନୁଭବ ଙ୍କୁ ବିଜୟୀ କରି ବୈଜୟନ୍ତ ଙ୍କୁ ହାରିବାର ସ୍ୱାଦ ଚଖାଇଥିଲେ I ଏବେ ଅଶ୍ୱିନୀ ଙ୍କୁ ଯେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀ ସମର୍ଥନ ଦେଲେ ଚର୍ଚ୍ଚା ହେଉଛି କି ବୈଜୟନ୍ତ ଙ୍କୁ ପାନେ ଦେବାକୁ ଏହା ମୁଖ୍ୟମନ୍ତ୍ରୀ ଙ୍କ ଯୋଜନା Iଏମିତିରେ ଦେଖିବାକୁ ଗଲେ ବୈଜୟନ୍ତ ପରାସ୍ତ ହେବା`ପରେ ମଧ୍ୟ ବିଜେଡି କୁ ଘାଇଲା କରିବାରେ ଟିକେ ବି ସୁଯୋଗ ପାଇଲେ ହାତଛଡା କରୁନାହାନ୍ତି ,ନିକଟରେ ସହିଦ ଙ୍କ ଶରୀର ରେ ବିଜେଡି ପତାକା ଘୋଡାଇବା ଘଟଣା ଏହାର ଉଦାହରଣI ତେଣୁ ଚର୍ଚ୍ଚା ଚାଲିଛି କି ବୈଜୟନ୍ତ ଙ୍କୁ କୌଣସି ମନ୍ତ୍ରୀପଦ ନଦେବାକୁ କୁଆଡେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଜେପି ଉଞ୍ଚ ସ୍ତରରେ ଅନୁରୋଧ କରିଛନ୍ତି ଏବଂ ବିଜେପି କୁ ଅଯାଚିତ ସମର୍ଥନ ଦେଉଛନ୍ତି I ଯଦିଓ ଏ କଥାରେ କେତେ ସତ ଅଛି ଜଣାନାହିଁ କିନ୍ତୁ ଲୋକେ କହୁଛନ୍ତି I

Leave a Reply

Your email address will not be published. Required fields are marked *