କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ମନ୍ତ୍ରୀ ଭାବେ ସ୍ଥାନ ପାଇବେ ଅଶ୍ୱନୀ ଏବଂ ଅପରାଜିତା

ଅଶ୍ୱନୀ ବୈଷ୍ନବ ଙ୍କୁ ବିଜେପି ପ୍ରାଥୀ କରିବା ପରେ ବିଜେଡି ସମର୍ଥନ ଦେବାକୁ ନେଇ ଲାଗିରହିଥିବା ଦ୍ବନ୍ଦରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସ୍ପଷ୍ଟୀକରଣ ଦେଇସାରିଛନ୍ତି ଯେ ମୋଦି ଏବଂ ଅମିତ ଶାହା ଙ୍କ ଅନୁରୋଧ କ୍ରମେ ସେ ଅଶ୍ୱିନୀ ଙ୍କୁ ସମର୍ଥନ ଦେଉଛନ୍ତି ଯଦିଓ ଏହା ସତ୍ୟ ଯେ ବିଜେଡି ତିନୋଟି ଆସନ ନିର୍ଦ୍ୱନ୍ଦ ରେ ଜିତିପାରିଥାନ୍ତା I

ତେବେ ତରବରିଆ ଭାବେ ହଠାତ ଅଶ୍ୱିନୀ ଙ୍କୁ ଏପରି ରାଜ୍ୟସଭା ପଠାଇବା ଏବଂ ବିଜେଡି ସମର୍ଥନ ଦେବା ପଛରେ ଚର୍ଚ୍ଚା ଚାଲିଛି କି ଅଟଳ ବିହାରୀ ଙ୍କ ସଚିବ ଥିବା ତଥା ଓଡ଼ିଶାରେ ମଧ୍ୟ କାମ କରିଥିବା ଏହି ପ୍ରଶାସନିକ ଅଧିକାରୀ ଙ୍କୁ ମୋଦିଙ୍କ ଦ୍ୱିତୀୟ ପାଳିରେ ମନ୍ତ୍ରୀପଦ ଦିଆଯିବIଏହା ସହିତ ସବୁଠାରୁ ଚର୍ଚାରେ ଥିବା ଅପରାଜିତା ଙ୍କୁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି I ପୂର୍ବଥର ଅପ୍ରକାଶିତ ଭାବରେ ପ୍ରତାପ ଷଡ଼ଙ୍ଗୀ ଙ୍କୁ ମନ୍ତ୍ରୀ କରିଦିଆଯିବା ପରେ ସମସ୍ତେ ବେସ `ଉତ୍ସାହିତ ଥିଲେ ଏବଂ ଆଶା କରୁଥିଲେ କି ଅପରାଜିତା ଙ୍କୁ କୌଣସି ମନ୍ତ୍ରୀପଦ ମିଳୁ I କାହିଁକିନା ବିଜେଡି ର ଗଡ଼ ରାଜଧାନୀ ରେ 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ବିଜେଡି କବ୍ଜା କରିନେଇଥିଲେ ମଧ୍ୟ କେବଳ ଅପରାଜିତା ସାଂସଦ ଭାବେ ବିଜୟୀହେଇଥିଲେ Iଏଥରକ ମୋଦିଙ୍କ ଦ୍ୱିତୀୟ ପାଳିରେ ସେ ମନ୍ତ୍ରୀ ପଦ ପାଇବେ ବୋଲି ଚର୍ଚ୍ଚା ହେଉଛି କାହିଁକିନା ପୂର୍ବରୁ ସେ ପିଏମଓରେ କାର୍ଯ୍ୟ କରି ମୋଦିଙ୍କର ଆସ୍ଥା ଜିତି ସାରିଥିବା ବେଳେ ତାଙ୍କ ବିଜୟ ଏହି ରାସ୍ତାକୁ ଆହୁରି ପରିସ୍କାର କରିଦେଇଛି I ଅବଶ୍ୟ ନିଜେ ଅପରାଜିତା କହିଛନ୍ତି ଯେ ସେ ମାତ୍ର 6 ମାସ ଧରି ବିଜେପି ରେ ଯୋଗ ଦେଇଛନ୍ତି ,ଏବଂ ତାଙ୍କ ପାଇଁ ଆଗକୁ ବହୁତ ବାଟ ବାକି ଅଛି ସେ ମନ୍ତ୍ରୀପଦ ପାଇଁ ଆଶାୟୀ ନୁହନ୍ତି କାହିଁକିନା ତାଙ୍କ ପୂର୍ବରୁ ବହୁ ବରିଷ୍ଠ ଏବଂ ଅଭିଜ୍ଞ ନେତା ଅଛନ୍ତି ,ସେମାନେ ସୁଯୋଗ ପାଇବା ଉଚିତ I

Leave a Reply

Your email address will not be published. Required fields are marked *