ଆଜି ଲୋକସଭାରେ ୫୦ ମିନିଟ୍ ଧରି ୫ଟି ଭାଷାରେ ଅଭିଭାଷଣ ଦେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ

ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରଥମେ ଅଭିଭାଷଣ ଦେବେ I ଦୀର୍ଘ ୫୦ ମିନିଟ୍ ଧରି ଗୃହରେ ସେ ୫ ଟି ଭାଷା ଯଥା ଇଂରାଜୀ ,ହିନ୍ଦୀ ,ଓଡ଼ିଆ ,ସଂସ୍କୃତ ଓ ବଙ୍ଗଳା ଭାଷାରେ ନିଜର ବକ୍ତବ୍ୟ ରଖିବେ I ଏହାସହିତ ମୋଦିଙ୍କ ଦ୍ୱିତୀୟ ପାଳିର ସରକାର କିପରି ରହିବ ସେ ନେଇ ଦଳ ପକ୍ଷରୁ ପ୍ରତାପ ଉଦବୋଧନ ଦେବେ I ତେବେ ସଂସଦରେ କୌଣସି ସାଂସଦ ଆଜିପର୍ଯ୍ୟନ୍ତ ଏକାଧିକ ଭାଷାରେ ଭାଷଣ ଦେଇନାହାନ୍ତି ,ଏକାଧିକ ଭାଷାରେ ଭାଷଣ ଦେବାରେ ପ୍ରତାପ ହେବେ ଦେଶର ପ୍ରଥମ ସାଂସଦ I

ତାହା ପୁଣି ଜଣେ ଓଡ଼ିଆ ଭାବରେ ହେଇଥିବାରୁ ନିହାତି ଭାବରେ ଓଡିଶା ତାଙ୍କ ପାଇଁ ଗର୍ବ କରିବ I ସୂଚନା ଥାଉ କି ନିଜର ସରଳ ନିଷ୍କପଟ ଜୀବନ ପାଇଁ ଦୁଇ ବିପକ୍ଷ କୋଟିପତି ଙ୍କୁ ହରାଇବା ସହିତ ରାତାରାତି ସୋସିଆଲ ମିଡିଆରେ ହିରୋ ପାଲଟିଯାଇଥିଲେ ପ୍ରତାପ ,ଏହାପରେ ତାଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦ ମିଳିଥିଲା I

Leave a Reply

Your email address will not be published. Required fields are marked *