ମାତା ବୈଷ୍ଣୋଦେବୀ ଭକ୍ତମାନଙ୍କ ପାଇଁ ଖୁସି ଖବର: ମାତ୍ର ୮ଘଣ୍ଟାରେ ନୂଆଦିଲ୍ଲୀରୁ କଟରାରେ ପହଞ୍ଚି ହେବ

ମୋଦି ସରକାର କ୍ଷମତା କୁ ଆସିବା ପରେ ଲୋକମାନଙ୍କ ହିତ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସେ ମାତା ବୈଷ୍ଣଦେବି ଙ୍କ ଭକ୍ତ ମାନଙ୍କ ପାଇଁ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ତାହା ହେଲା ଯେ ବର୍ତ୍ତମାନ ଭକ୍ତମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଧାରଣ ର ଟ୍ରେନ୍ ‘ ବନ୍ଦେ ଭାରତ ଏକ୍ସପ୍ରେସ ‘ ପ୍ରସ୍ତୁତ କରାଯାଉଛି। ଯାହାର ବେଗ ଘଣ୍ଟା ପ୍ରତି ୧୩୦ କିଲୋମିଟର ଥିବାଯୋଗୁ ଏହି ଟ୍ରେନ ମାଧ୍ୟମରେ ଲୋକମାନେ ନୂଆଦିଲ୍ଲୀ ରୁ କଟରା ରେ ମାତ୍ର ୮ ଘଣ୍ଟା ରେ ପହଞ୍ଚି ପାରିବେ।

ଏହି ଟ୍ରେନ ଟି ନୂଆଦିଲ୍ଲୀ ରୁ କଟେରା ଷ୍ଟେସନ ମଧ୍ୟରେ ମାତ୍ର ୩ ଟି ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ରେ ଅଟକିବ। ଏହି ଷ୍ଟେସନ ଗୁଡ଼ିକ ହେଲା ଅମ୍ବାଲା ଜଙ୍କସନ୍, ଲୁଧିଆନା ଓ ଜମ୍ବୁ। ରେଳ ମନ୍ତ୍ରଣାଳୟ ଯୋଜନା ଅନୁସାରେ ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୬ ରୁ ଦିଲ୍ଲୀ ରୁ କତରା ଷ୍ଟେସନ ପାଇଁ ବାହାରି ୨ ଘଣ୍ଟା ୧୦ ମିନିଟ୍ ପରେ ଆମ୍ବାଲା ଜଙ୍କସନ ରେ ପହଞ୍ଚିବ। ସେଠାରେ ୨ ମିନିଟ୍ ଅଟକିବା ପରେ ୯ ଟା ୨୨ ରେ ଲୁଧିଆନା ପହଞ୍ଚିବ। ପୂର୍ବାହ୍ନ ୯ ଟା ୨୪ ରେ ଲୁଧିଆନା ରୁ ବାହାରି ୧୨ ଟା ୪୦ ରେ ଜମ୍ମୁ ତଭି ଷ୍ଟେସନ ରେ ପହଞ୍ଚିବ। ଏଠାରେ ୨ ମିନିଟ୍ ଅତାକିବା ପରେ ୨ ଟା ରେ ଯାଇ କଟରା ଷ୍ଟେସନ ରେ ପହଞ୍ଚିବ। କଟରା ରୁ ବନ୍ଦେ ଭାରତ ଏକ୍ସପ୍ରେସ ୩ ଟା ରେ ବାହାରି ରାତି ୧୧ ରେ ନୂଆଦିଲ୍ଲୀ ରେ ପହଞ୍ଚିବ। ଏହାଦ୍ବାରା ମାତା ଙ୍କ ଭକ୍ତ ମାନଙ୍କ ଯାତାୟାତ ରେ ଅଧିକ ସୁବିଧା ହୋଇପାରିବ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *