ସୁନ୍ଦରଗଡ ରେ ଶିବ ଲିଙ୍ଗରେ ବେଲପତ୍ର ଚଢ଼ାଉଥିବା ବେଳେ ନାଗ ମାରିଲା ଚୋଟ ,ଚାଲିଗଲା ପୂଜକ ଙ୍କ ଜୀବନ

ଶିବ ଏବଂ ସାପ ଏ ଦୁହେଁ ସବୁବେଳେ ପରସ୍ପର ସହିତ ଅତି ନିବିଡ଼ I ସାଧାରଣତଃ ଅଧିକାଂଶ ଶିବ ମନ୍ଦିର ରେ ସାପ ଦେଖିବାକୁ ମିଳେ ,ତେବେ ମନ୍ଦିର ଭିତରେ ଯେ ଜଣେ ପୂଜକ ଙ୍କୁ ସାପ ଚୋଟ ମାରିବ ତାହା ପୁଣି ଶିବ ଠାକୁର ଙ୍କୁ ପୂଜା କରିବା ସମୟରେ ,ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ରେ I

ଖବର ଅନୁଯାଇ ସୁନ୍ଦରଗଡ଼ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ସୁଖା ମହାଦେବ ମନ୍ଦିର ରେ ଏହି ଅଘଟଣ ଘଟିଛି I ଏହି ମନ୍ଦିର ରେ ସବୁଦିନ ପୂଜା କରୁଥିବା ପୂଜକ ରୂପନ ଷଣ୍ଢ (୬୨) ଆଜି ସକାଳେ ମନ୍ଦିର ଦ୍ୱାର ଖୋଲି ଶିବ ଠାକୁର ଙ୍କ ପୂଜା କରିବାକୁ ପ୍ରସ୍ତୁତ ହେଉଥିଲେ I

ତେବେ ମନ୍ଦିର ରେ ଶିବ ଙ୍କ ଉପରେ ପୂଜକ ବେଲପତ୍ର ଏବଂ ଫୁଲ ଚଢ଼ାଉଥିବା ବେଳେ ସେଠାରେ ଲୁଚିରହିଥିଲା ଏକ ନାଗ ସାପ I ହଠାତ ନାଗ ସାପଟି ବାହାରି ଆସି ପୂଜକ ଙ୍କ ହାତକୁ ଚୋଟ ମାରିଥିଲା I ତେବେ ସାପଟି ଏତେ ଜୋରରେ ପୂଜକ ଙ୍କୁ ଚୋଟ ମାରିଥିଲା ଯେ ପୂଜକ ଙ୍କ ହାତରୁ ମାଂସ ବାହାରି ଆସିଥିଲା ,ଘଟଣା ସ୍ଥଳରେ ପୂଜକ ଛଟପଟ ହେଉଥିଲେ ,ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I

ଏଭଳି ଏକ ଘଟଣା ସମଗ୍ର ଅଞ୍ଚଳ ରେ ଭୟର ବାତାବରଣ ଖେଳାଇଦେଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମନରେ ଏହାକୁ ନେଇ ଅନେକ ଭାବନା ସୃଷ୍ଟି ହେଇଚି I

Leave a Reply

Your email address will not be published. Required fields are marked *