ସୌମ୍ୟ ଙ୍କ ତେରେଛା ବାଣରେ ନବୀନ ଘାଇଲା ,ରାଜ୍ୟରେ ପ୍ରଶାସନିକ ଅବହେଳା ରହିଛି

ଗତକାଲି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରେ ଭାଗ ନେଇ ନିଜର ବକ୍ତବ୍ୟ ରଖିଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟନାୟକ Iତେବେ ଏହି ଅବସରରେ ସୌମ୍ୟ ଙ୍କ ବକ୍ତବ୍ୟ ର କିଛି ଅଂଶ କୁ ନେଇକି ଏବେ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି I ଗତକାଲି ସୌମ୍ୟ ସିଧାସଳଖ କହିଥିଲେ କି ଏବେବି ଓଡ଼ିଶାରେ ପ୍ରଶାସନିକ ଅବହେଳା ରହିଛି,ଅନେକ ସମସ୍ୟା ରହିଛି I ଖାଲି ଟଙ୍କିକିଆ ଚାଉଳ ଦିଆଯାଉଛି ବୋଲି ଖୁଶି ହେଇଜିବା କଥା ନୁହେଁ,କିପରି ସବୁ କ୍ଷେତ୍ରରେ ଉର୍ନ୍ନତି କରାଯାଇପାରିବ ସେନେଇ ପଦକ୍ଷେପ ନିଆଯିବା ଉଚିତ I

ଅପରପକ୍ଷରେ ସାଶକ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ଅଛି ବୋଲି ମଧ୍ୟ ଅହଂକାର କରିବା ଉଚିତ ନୁହେଁ ବୋଲି ସୌମ୍ୟ କହିଥିଲେ I ତେବେ ଏହାକୁ ନେଇ ସାଧାରଣ ରେ କୁହାଯାଉଛି କି ସୌମ୍ୟ ଙ୍କୁ ମନ୍ତ୍ରୀପଦ ନମିଳିବାରୁ ସେ ରୂଷିଛନ୍ତି I କାହିଁକିନା ପୂର୍ବରୁ ଚର୍ଚ୍ଚା ହେଉଥିଲା କି ସୌମ୍ୟ ଙ୍କୁ ମନ୍ତ୍ରୀପଦ ମିଳିବ ,ବିଧାୟକ ମାନଙ୍କ ମଧ୍ୟରେ ସୌମ୍ୟ ସବୁଠାରୁ ଦକ୍ଷ ଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀପଦ ମିଳିନଥିଲା I ଇସାରା ଇସାରା ରେ ସୋମ୍ୟ ନବୀନ ଙ୍କୁ ତେରେଛା ବାଣ ମାରିଥିବା ଚର୍ଚା ହେଉଛି I

ଅପରପକ୍ଷରେ ରାଜନୈତିକ ବିଶେଷଜ୍ଞ ମାନେ ମାତରଖନ୍ତି କି ସୌମ୍ୟ ଙ୍କ ବକ୍ତବ୍ୟ ରୁ ନବନିର୍ବାଚିତ ବିଧାୟକ ମାନେ କିଛି ଶିଖିବା କଥା I କିଛି ବିଧାୟକ ହେଉ ହେଉ ଯେଉଁଭଳି ଭାବରେ ଅହଂକାର ରେ ବୁଡି ରହିଛନ୍ତି ସେମାନେ ସୌମ୍ୟ ଙ୍କ ଭାଷଣ ରୁ କିଛି ନିହାତି ଶିଖିବେ I

Leave a Reply

Your email address will not be published. Required fields are marked *