ରାଜନୀତିରୁ ସନ୍ନ୍ୟାସ ନେବେ ମହେଶ୍ୱର ,ସଂଜୟ,ଉମା, ସମୀର, ମହାରଥୀ !

କଣ ଆଜ୍ଞା ଶୀର୍ଷକ ପଢୁ ପଢୁ ଆପଣ ଚକିତ ହେଇଗଲେକି ? ରାଜନୀତି ଛାଡ଼ିଦେବେ ପୁଣି ବିଜେଡି ର ଟାଣୁଆ ନେତା ? ଅବଶ୍ୟ ଏଥର ନିର୍ବାଚନ ରେ ଦୁଇଜଣ ଟାଣୁଆ ନେତା ହାରିଯାଇ ଛନ୍ତି ତା ବୋଲି କଣ ସନ୍ୟାସ ନେଇଯିବେ ରାଜନୀତି ରୁ ? ହଁ ଏକଥା ଆମେ କହୁନୁ ସେଇମାନେ ତ କହିଥିଲେ ଯେ ରାଜନୀତି ଛାଡ଼ିଦେବେ ବୋଲି କିନ୍ତୁ ୟା ମଧ୍ୟରେ ପ୍ରାୟ ଏକମାସ ବିତିଯାଇଥିଲେ ମଧ୍ୟ ରାଜନୀତି ନଛାଡ଼ିବାରୁ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି କେବେ ଛାଡ଼ିବେ ରାଜନୀତି ? ଆସନ୍ତୁ ଆଜ୍ଞା ବିଷୟ କୁ ଯିବା I 2019 ନିର୍ବାଚନ ରେ ଯଦି ପୁରୀରେ କୌଣସି ବି ଗୋଟିଏ ନିର୍ବାଚନ ମଣ୍ଡଳୀରେ ବିଜେପି ଆସେ ତେବେ ରାଜନୀତି ଛାଡ଼ିଦେବେ ବୋଲି ପୁରୀ ଜିଲ୍ଲାର ପାଞ୍ଚ ଟାଣୁଆ ନେତା ମହେଶ୍ୱର ମହାନ୍ତି ,ସଂଜୟ ଦାସବର୍ମା, ନିମାପଡ଼ାର ବିଧାୟକ ସମୀର ରଂଜନ ଦାଶ, ପିପିଲି ବିଧାୟକ ପ୍ରଦୀପ ମହାରଥୀ ଏବଂ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଏକ ସର୍ବସାଧାରଣ ବୈଠକ ରେ ଘୋଷଣା କରିଥିଲେ

I ଯାହାକି ସେତେବେଳର ଗଣମାଧ୍ୟମ ଏବଂ ଖବରକାଗଜ ରେ ପ୍ରକାଶିତ ହେଇଥିଲା (ଏଠାରେ ଏକ ଖବରକାଗଜ ର ସେହି ଖବର କୁ ସଂଲଗ୍ନ କରାଗଲା )

କିନ୍ତୁ ଏଥର ନିର୍ବାଚନ ରେ ପୁରୀରେ ମହେଶ୍ୱର ଙ୍କୁ ହରାଇ ନିର୍ବାଚନ ଜିତିଥିଲେ ଶିଷ୍ୟ ଜୟନ୍ତ ଏବଂ ବ୍ରହ୍ମଗିରି ମଧ୍ୟ ବିଜେପି ପକ୍ଷରୁ ଦିବଙ୍ଗତ ନେତା ଲୁଲୁ ମହାପାତ୍ର ଙ୍କ ଭାଇ ବିଧାୟକ ଭାବେ ଜିତିଥିଲେ I

ତେବେ ଦୁଇଟି ଆସନରେ ବିଜେପି ଜିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଜେଡି ର ଏହି ପାଞ୍ଚ ଜଣ ନେତା ନିଜ କଥା ରଖି କେବେ ରାଜନୀତି ରୁ ସନ୍ୟାସ ନେବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି I

Leave a Reply

Your email address will not be published. Required fields are marked *