ମୋଦୀଙ୍କ ସହ ସେଲ୍‌ଫି ନେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ୍‌ କହିଲେ: ‘‘କିତ୍‌ନା ଅଚ୍ଛା ହୈ ମୋଦୀ!’’

ଅଷ୍ଟ୍ରେଲିଆ ର ପ୍ରଧାନମନ୍ତ୍ରୀ ମୋରିସନ୍ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ସହ ସେଲଫି ଉଠାଇ ଫଟୋ କୁ ସୋସିଆଲ ମିଡିଆରେ ଟୁଇଟ କରିଛନ୍ତି। ଏହା ସହ ସେ ଫଟୋ ତଳକୁ ଲେଖିଛନ୍ତି ଯେ “କିତନା ଅଛା ହୈ ମୋଦି “। ଅର୍ଥାତ୍ ମୋଦି ଜଣେ ଭଲ ମଣିଷ ବୋଲି ସେ ପ୍ରକାଶ କରିଛନ୍ତି।

ଶନିବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ପୃଥକ୍ ପୃଥକ୍ ଭାବେ ଇଣ୍ଡୋନେସିଆ ଓ ବ୍ରାଜିଲ ରାଷ୍ଟ୍ରପତି ଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବାଣିଜ୍ୟ ଓ ବିନିଯୋଗ କ୍ଷେତ୍ର ରେ ସହଯୋଗ ବୃଦ୍ଧି କଥା ଆଲୋଚନା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ତୁର୍କୀ ଓ ଅଷ୍ଟ୍ରେଲିଆ ନେତା ଙ୍କୁ ଭେଟିଥିଲେ।

ଓସାକା ଠାରେ ତ୍ରିପାକ୍ଷିକ ଆଲୋଚନା ହେଉଛି ବିଶ୍ଵ ର ପ୍ରମୁଖ ସମସ୍ୟା ବିଷୟରେ ଆଲୋଚନା ଓ ସମନ୍ବୟ ର ଉତ୍ତମ ମାଧ୍ୟମ ବୋଲି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ରୁଷ୍, ଭାରତ ଓ ଚୀନ୍ ଦେଶର ବୈଦେଶିକ ମନ୍ତ୍ରୀ ଙ୍କ ୧୬ ତମ ବୈଠକ ରେ କହିଥିଲେ।

Leave a Reply

Your email address will not be published. Required fields are marked *