ଜେଲ୍‌ରେ ମୋ ପୁଅ ମୋତେ ଆଲିଙ୍ଗନ କରିବାକୁ ଆସୁଥିବା ସମୟରେ ମୋ’ ଆଖି ସାମ୍ନାରେ ଡିଏସ୍‌ପି ମାରିଲେ ଗୁଳି:ମା ର ଅଭିଯୋଗ

ମୃତ କଏଦୀ ଙ୍କ ମା ପୋଲିସ ଙ୍କ ନାଁ ରେ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ। ଏହି ଘଟଣା ଟି ହେଉଛି ଲୁଧିଆନା ସେଣ୍ଟ୍ରାଲ ଜେଲ୍ ର। କଏଦୀ ଙ୍କ ମାଆ ଙ୍କ ଅଭିଯୋଗ ହେଉଛି ଯେ, ତାଙ୍କ ଆଖି ସାମ୍ନା ରେ ଡିଏସପି ଇକାବଲ ସିଂ ତାଙ୍କ ୨୧ ବର୍ଷୀୟ ପୁଅ କୁ ଗୁଳି କରି ହତ୍ୟା କରିଥିଲେ। କିନ୍ତୁ ମହିଳା ଙ୍କ ଏହିଭଳି ଅଭିଯୋଗ କୁ ବରିଷ୍ଠ ପୁଲିସ ଅଧିକାରୀ ଓ ଜେଲ୍ ସୁପରିଟେଣ୍ଡେନ୍ଟ ଖାରଜ କରି କହିଛନ୍ତି ଯେ ଏହି ଘଟଣା ଦିନ ମହିଳା ଜଣକ ଥାନା ରେ ହିଁ ନଥିଲେ।

ଜେଲ୍ ର ବରିଷ୍ଠ ପୁଲିସ ଅଧିକାରୀ ଙ୍କ କହିବା ଅନୁସାରେ ବୁଧବାର ଡ୍ରଗ ମାମଲା ରେ ଟ୍ରାଏଲ୍ ରେ ଯାଉଥିବା ଜଣେ କଏଦୀ ର ପଟିୟଲାର ଏକ ହସ୍ପିଟାଲ୍ ରେ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଗୁରୁବାର ଦିନ ଉକ୍ତ କଏଦୀ ର ସାଙ୍ଗ ମାନେ ଜେଲ୍ ଉପରେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ପୁଲିସ ର ଗୁଳିଚାଳନା ରେ ଅଜିତ୍ ସିଂହ ନାମକ ଜଣେ କଏଦୀଙ୍କ ମୃତ୍ୟୁ ହୋଇଯାଇଥିଲା।

କିନ୍ତୁ ଅଜିତ୍ ସିଂ ଙ୍କ ମା ମୀରା ରାଣୀ ଅଭିଯୋଗ କରିଛନ୍ତି ଯେ ସକାଳ ୧୧.୧୫ ମିନିଟ୍ ରେ ଯେତେବେଳେ ସେ ନିଜ ପୁଅ କୁ ଭେଟିବା ପାଇଁ ଜେଲ୍ ରେ ପହଞ୍ଚିଥିଲେ ସେତବଳେ ଜେଲ୍ ର ଅଧିକାରୀ ମାନେ କଏଦୀ ମାନଙ୍କୁ ଗାଳି କରୁଥିଲେ। ସେହି ସମୟରେ ତାଙ୍କ ପୁଅ ତାଙ୍କୁ ଦେଖି ତାଙ୍କୁ ଆଲିଙ୍ଗନ କରିବା ପାଇଁ ସେଠାରୁ ଧାଇଁ ଆସିଥିଲେ। କିନ୍ତୁ ଡିଏସପି ତାହା କରେଇ ଦେଇନଥିଲେ। ତାଙ୍କ ଠୁ ତାଙ୍କ ପୁଅ କୁ ଅଲଗା କରିଦେଇଥିଲେ। ତଥାପି ଦୂର ରେ ରହି ପୁଅ କୁ କିଛି କହିବା ସମୟରେ ପୁଲିସ କର୍ମୀ ତାଙ୍କ ପୁଅ ଉପରକୁ ଗୁଳି ଚାଳନା କରିଥିଲେ। ଘଟଣା ସ୍ଥଳରେ ହିଁ ଅଜିତ୍ ଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *