ମତେ ମନ୍ତ୍ରୀ ପଠେଇଛନ୍ତି ,ମାଛ ଚିହ୍ନ ଆମ ବିଜେଡି ର, ସରପଞ୍ଚ ପ୍ରାଥୀଙ୍କ ପାଇଁ ବିଜେଡି ବ୍ଲକ ସଭାପତିଙ୍କ ଖୋଲାଖୋଲି ପ୍ରଚାର

ପଞ୍ଚାୟତ ସ୍ତରର ସରପଞ୍ଚ ହୁଅନ୍ତୁ କିମ୍ବା ୱାର୍ଡମେମ୍ବର ନିର୍ବାଚନ ରେ ଏମାନଙ୍କ ପାଇଁ କୌଣସି ଦଳ ଖୋଲାଖୋଲି ପ୍ରଚାର କରିପାରିବେ ନାହିଁ ବୋଲି ନିୟମ ରହିଥିଲେ ମଧ୍ୟ ,ଏରସମା ରେ ଯେମିତି ଏହାକୁ ଫୁ କରି ଉଡାଇଦେଇଛନ୍ତି ବିଜେଡି ର ବରିଷ୍ଠ ନେତା I ନିକଟରେ ଏରସମା ର ବିଜେପି ପ୍ରାଥୀ ତଥା ଟାଣୁଆ ନେତା ଦାମ ରାଉତ ଙ୍କୁ ପରାଜୟର ସ୍ୱାଦ ଚଖାଇ ରାଜ୍ୟ ରାଜନୀତି ରେ ଏକ ନୂଆ ସମୀକରଣ ତିଆରି କରିଥିବା ରଘୁନନ୍ଦନ ଙ୍କୁ ମିଳିଥିଲା ମନ୍ତ୍ରୀ ପଦ ପୁରସ୍କାର I

ତେବେ ତାଙ୍କ ନିର୍ବାଚନ ମଣ୍ଡଳୀ ରେ ଢିଙ୍କିଆ ପଂଚାୟତ ରେ ଆସନ୍ତାକାଲି ସରପଞ୍ଚ ଏବଂ ୱାର୍ଡମେମ୍ବର ପାଇଁ ପଞ୍ଚାୟତ ନିର୍ବାଚନ ଭୋଟ ମତଦାନହେବାକୁ ଥିବାବେଳେ ବ୍ଲକ ସଭାପତି ଙ୍କ ସରପଂଚ ଏବଂ ୱାର୍ଡ ମେମ୍ବର ମାନଙ୍କ ପାଇଁ ଖୋଲାଖୋଲି ପ୍ରଚାର ଏବେ ଚର୍ଚାର ବିଷୟ ପାଲଟିଛି I ବ୍ଲକ ସଭାପତି ପୀତବାସ ଗୋଛାୟତ ଗୋବିନ୍ଦପୁର ଗ୍ରାମରେ ରାତ୍ରି ସମୟରେ ଲୋକଙ୍କୁ ସରପଞ୍ଚ ପ୍ରାଥୀ ମାଛ ଚିହ୍ନକୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଲୋକଙ୍କୁ କହୁଥିବା ବେଳେ ମନ୍ତ୍ରୀ ରଘୁନନ୍ଦନ ଙ୍କ ନାମ ନେଇ କହିଛନ୍ତି କି ତାଙ୍କୁ ମନ୍ତ୍ରୀ ପଠାଇଛନ୍ତି ,

ମାଛ ଚିହ୍ନ ବିଜେଡି ସମର୍ଥିତ ପ୍ରାଥୀ ତାଙ୍କୁ ଭୋଟ ଦେଲେ ମନ୍ତ୍ରୀ ଙ୍କ ସ୍ପେଶାଲ ଫଣ୍ଡ ରୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପରଦିନ 46ଲକ୍ଷ ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ମିଳିବ,ଏନେଇ ମନ୍ତ୍ରୀ ତାଙ୍କୁ ନିର୍ଭର ପ୍ରତିଶୃତି ଦେଇଛନ୍ତି I ଯାହାର ଭିଡିଓ ଲାଗିଛି ଓଡିଶା Exclusive ହାତରେ I

ତେବେ ଏହା ନିର୍ବାଚନ ନିତିବିରୁଧ ହେଇଥିଲେ ମଧ୍ୟ ବ୍ଲକ ସଭାପତି ଏପରି ଖୋଲାଖୋଲି ମନ୍ତ୍ରୀ ଙ୍କ ନାମ ହେବା ସମସ୍ତଙ୍କୁ ଚକିତ କରିଛି ,ସତରେ ମନ୍ତ୍ରୀ ମହୋଦୟ ତାଙ୍କୁ ପଠାଇଛନ୍ତି ମାଛ ଚିହ୍ନ ପାଇଁ ପ୍ରଚାର କରିବାକୁ ? ନା ମନ୍ତ୍ରୀ ଙ୍କ ନାମ ନେଇ ମିଥ୍ୟା ପ୍ରଚାର କରୁଛନ୍ତି ବ୍ଲକ ବିଜେଡି ସଭାପତି ? ଏନେଇ ମନ୍ତ୍ରୀ ଙ୍କ ପ୍ରତିକ୍ରିୟା ନେବାପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହେଇପାରିନାହିଁ I

Leave a Reply

Your email address will not be published. Required fields are marked *