କାଲିର ରୋହିତଙ୍କ ଛକାରେ ବଲ୍ ବାଜି ଆହତ ହେଲେ ଯୁବତୀ, ପରେ ଅଟୋଗ୍ରାଫ ସହ ଟୋପି ଦେଲେ ରୋହିତ

ଆଇସିସି କ୍ରିକେଟ୍ ୱାଲ୍ଡ କପ୍ ରେ ମଙ୍ଗଳବାର ମ୍ୟାଚ୍ ରେ ବାଂଲାଦେଶ କୁ ୨୮ ରନ୍ ରେ ପରାସ୍ଥ କରିଛି ଟିମ୍ ଇଂଡିଆ।ଏହି ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ସେମିଫାଇନାଲ ରେ ପ୍ରବେଶ କରିଛି ଭାରତ।ରୋହିତ ୯୨ ଟି ବଲ ରେ ୧୦୪ ରନ୍ କରିଥିଲେ।ରୋହିତ ୬ ଟି ଚୌକା ଓ ୫ ଟି ଛକା ମଧ୍ୟ ମାରିଥିଲେ।

ତେବେ ରୋହିତଙ୍କର ଗୋଟିଏ ଛକାରେ ଖେଳ ଦେଖିବାକୁ ଆସିଥିବା ଜଣେ ଭାରତୀୟ ପ୍ରଶଂସକ ଆହତ ହୋଇଥିଲେ।ପରେ ମ୍ୟାଚ୍ ପରେ ରୋହିତ ଏ ବାବଦରେ ଜାଣିବାକୁ ପାଇଥିଲେ।ସେ ଯୁବତୀଙ୍କୁ କ୍ଷମା ମାଗିବା ସହ ନିଜର ଟୋପି କୁ ଉପହାର ଭାବେ ଯୁବତୀଙ୍କୁ ଦେଇଥିଲେ।ଏହି ଟୋପି ରେ ରୋହିତ ନିଜର ଅଟୋଗ୍ରାଫ୍ ଦେବା ସହ ଯୁବତୀ ଏବଂ ତାଙ୍କ ସମ୍ପର୍କୀୟ ଏହାକୁ ପାଇ ଖୁସି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *