ବନମହୋତ୍ସହବ ଏବଂ ରଥଯାତ୍ରା ଉପଲକ୍ଷେ ଫ୍ରେଣ୍ଡସ ହେଲ୍ପ ଗ୍ରୁପର ବୃକ୍ଷରୋପଣ

ବୃକ୍ଷରୋପଣ ମନୁଷ୍ୟକୁ ମାନସିକ ଶାନ୍ତି ପ୍ରଦାନ କରେ।ବୃକ୍ଷରୋପଣ ଦ୍ୱାରା ପରିବେଶ ପ୍ରଦୂଷଣ ମୁକ୍ତ ହେବା ସହ ମନରେ ସଦ୍ଭାବନା ଆଣିଦେଇଥାଏ ।ଏଣୁ ପବିତ୍ର ରଥଯାତ୍ରା ଓ ବନମହୋସତ୍ସଵ ଉପଲକ୍ଷେ ଫ୍ରେଣ୍ଡସ ହେଲ୍ପ ଗ୍ରୁପ ସଭ୍ୟ ମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟ କରାଯାଇଛି ଏବଂ ସମଗ୍ର ମନୁଷ୍ୟ ସମାଜକୁ ପ୍ରତ୍ୟକ ଦିନ ଗୋଟେ ଗୋଟେ ଗଛ ଲଗେଇବା ପାଇଁ ଅନୁରୋଧ କରିଛନ୍ତି।ବନ ମହୋତ୍ସବ ଓ ରଥଯାତ୍ରା ଉପଲକ୍ଷେ ଗ୍ରୁପ ର ସଦସ୍ୟ ସୁଜିତ କୁମାର ପ୍ରଧାନ,ପ୍ରଦୀପ୍ତ ସେନାପତି,ଉମେଶ ଜେନା ,ପ୍ରଶାନ୍ତ ବଡପୁଟ ଗ୍ରାମ ରାସ୍ତା ଉଭୟ ପଟରେ ଚ‍ାରା ରୋପଣ ସହ ଲୋକ ଙ୍କୁ ସଚେତନ କରାଇଥିଲେ।

ଗୁଞବାରଣ ଗ୍ରାମ ର ବାବା କପିଳେଶ୍ବର ଙ୍କ ରାସ୍ତା ପାର୍ଶ୍ବ ,ଆଙ୍ଗିସିଙ୍ଗି ଗ୍ରାମ କୁସୁମୀ ନଦୀ କୂଳରେ ବର ,ଓସ୍ତ ,ଲିମ୍ବ ଗଛ ଚାରା ରୋପଣ କରିଛନ୍ତି।ଏଥିରେ ଜ୍ଞାନ ରଞନ ପଣ୍ଡା ,ଆଙ୍ଗିସିଙ୍ଗି ଗ୍ରାମର ଗଙ୍ଗାଧର ବେହେରା ଉଭୟ ଚାରା ରୋପଣ କରିଥିଲେ।ଏହି ବର୍ଷା ଦିନରେ ଦୈନିକ କିଛି କଛି ଚାରା ରୋପଣ ସହ ତାର ସୁରକ୍ଷା ଘେରି ମଧ୍ୟ ଦେବା ସହ ତାର ଯତ୍ନ ନେବା ପାଇଂଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି।ଏହା ସହ କିଛି ବ୍ୟକ୍ତିବିଶେଷ ବି ଚାରା ଦାନ କରିଛନ୍ତି

Iଫ୍ରଣ୍ଡସ୍ ହେଲ୍ପ ଗ୍ରୁପ ର ସଦସ୍ୟ ଜ୍ଞାନ ରଞନ କୁହନ୍ତି ବର୍ତ୍ତମାନର ପରିବେଶ ର ପ୍ରଦୂଷଣ ଭୟାନକ ଭାବେ ବଢିଛି।ଏହାର ଏକମାତ୍ର ବିକଳ୍ପ ହେଉଛି ବୃକ୍ଷରୋପଣ।ଏଥିପ୍ରତି ସଚେତନତା ସୃଷ୍ଟି କରିବା ସହ ପ୍ରତ୍ୟେକ ବ୍ୟକ୍ତି ଗୋଟାଏ ବର୍ଷରେ ନିଜର ଜନ୍ମଦିନ , ବିବାହ ବାର୍ଷିକୀ କିମ୍ବା କୌଣସି ଶୁଭ ଅବସରରେ ଅତିକମରେ ଗୋଟାଏ ଗଛ ଲଗାନ୍ତୁ ।

ଏବଂ ଅନ୍ୟମାନଙ୍କୁ ବୃକ୍ଷ ଲଗାଇବା ପାଇଂଁ ପ୍ରୋତ୍ସାହିତ କରନ୍ତୁ।ଏହା ଫଳରେ ପରିବେଶ ସନ୍ତୁଳନ ହେବା ସହ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ଭବିଷ୍ୟତର ପରିକଳ୍ପନା କରାଯାଇପାରିବ ।ଗୋଟେ ବର୍ଷରେ ଗୋଟେ ଗଛର କାର୍ଯ୍ଯ ୧୦ ଟି AC ପରି ଶୀତଳତା ଦିଏ …୨୯୦୦ ଗାଲୋନର ବ୍ରୁଷ୍ଟିପାତ କରାଏ ,,

,,,୨୮ କେ.ଜି ଦୂଷିତ ବାୟୁକୁ ପରିସ୍କୂତ କରେ।ଏଣୁ ଆସନ୍ତୁ ଏହି ବର୍ଷା ଦିନ ରେ ପରିବେଶ ପାଇଁ ଗଛ ଟିଏଲଗାଇ ତାର ଯତ୍ନନେବା

Leave a Reply

Your email address will not be published. Required fields are marked *