ଇତିହାସରେ ପ୍ରଥମ, କେନ୍ଦ୍ର ବଜେଟ୍ କୁ ପ୍ରଶଂସା କଲେ ବିଜେଡି ସୁପ୍ରିମ ନବୀନ ପଟନାୟକ

ଆଜି କେନ୍ଦ୍ରରେ ମନ୍ତ୍ରୀ ବଜେଟ୍ ଉପସ୍ଥାପନା କରିଛନ୍ତି I ତେବେ ଏହାକୁ ନେଇ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି I ବିଜେପି ବିଜେଡି ସବୁବେଳେ ବିରୋଧୀ ହେଇଥିବା ବେଳେ ,ପ୍ରତିଥର ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହାକୁ କଟାକ୍ଷ କରିଥାନ୍ତି ଏବଂ କହିଥାନ୍ତି କି ବଜେଟ ରେ ନୂଆକଥା କିଛି ନାହିଁ I ତେବେ ବାରମ୍ବାର କେନ୍ଦ୍ର ବଜେଟ କୁ ସମାଲୋଚନା କରୁଥିବା ବିଜେଡି ସୁପ୍ରିମ ନବୀନ ପଟନାୟକ ଆଜି ହଠାତ କେନ୍ଦ୍ର ବଜେଟ କୁ ସ୍ୱାଗତ କରିବା ସହିତ ପ୍ରସଂଶା କରିଛନ୍ତି I

ବିଶେଷ କରି ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ପାନୀୟ ଜଳ ଯାଏଁ ସବୁକ୍ଷେତ୍ର ରେ ଯେତିକି ଆବଶ୍ୟକ ତା ଠାରୁ ଅଧିକ ବ୍ୟବସ୍ତା କରାଯାଇଛି ତେଣୁ ମୁଁ ସ୍ୱାଗତ କରୁଛି ବୋଲି ନବୀନ କହିଛନ୍ତି I ତେବେ କାଳିଆ ଯୋଜନା ପରି ଚାଷୀଙ୍କ ପାଇଁ ଆଉ କିଛି ଅଧିକ କରାଯାଇପାରିଥାନ୍ତା ବୋଲି ନବୀନ ପଟନାୟକ କହିଛନ୍ତି Iତେବେ ନବୀନ ଙ୍କ ଏପରି ବିଜେପି ପ୍ରତି ଆକର୍ଷଣ କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସାଧାରଣ ବୁଦ୍ଧିଜୀବୀ ଏବଂ ରାଜନୈତିକ ସମୀକ୍ଷକ ମାନେ

I ସୂଚନା ଥାଉ କି କିଛିଦିନ ତଳେ ମଧ୍ୟ ବିଜେପି ସାଂସଦ ପ୍ରାଥୀ ବୈଷ୍ଣବ ଙ୍କୁ ନବୀନ ସମର୍ଥନ ଦେବା ଚର୍ଚାର ବିଷୟ ପାଲଟିଥିଲା I

Leave a Reply

Your email address will not be published. Required fields are marked *