ନିଜ ସନ୍ତାନଙ୍କୁ ବିଦେଶରେ ପଢ଼ାଇ ସ୍ଥାନୀୟ ଯୁବକଙ୍କୁ ପଥର ଫିଙ୍ଗାଳି ଆତଙ୍କବାଦ ଶିକ୍ଷା ଦେଉଛନ୍ତି ବିଚ୍ଛିନ୍ନତାବାଦୀ

ଜମ୍ମୁ-କଶ୍ମୀରରେ ଲାଗିରହିଥିବା ହିଂସା କାଣ୍ଡ ପାଇଁ ବିଚ୍ଛିନ୍ନତାବାଦୀ ନେତା ମାନେ ହିଁ ଦାୟୀ I ଏମିତି ଖବର ପ୍ରକାଶିତ ହେଇଛି ଜାତୀୟ ଗଣମାଧ୍ୟମ ରେ I ଖବର ଅନୁଯାଇ ବିଚ୍ଛିନ୍ନତାବାଦୀ ନେତାମାନେ ନିଜ ସନ୍ତାନ ମାନଙ୍କୁ ବିଦେଶ ରେ ପାଠ ପଢାଇ ସ୍ଥାନୀୟ ଯୁବକ ମାନଙ୍କୁ ଉସକାଇ ହିଂସା କାଣ୍ଡ ଘଟାଉଛନ୍ତି I ସୂଚନାମୁତାବକ ୧୧୨ ଜଣ ବିଚ୍ଛିନ୍ନତାବାଦୀ ନେତା ମାନେ ସେମାନଙ୍କର ୨୧୦ ଜଣ ସନ୍ତାନ ଙ୍କୁ ବିଦେଶ ରେ ପଢ଼ାଉଛନ୍ତି I ସେମାନଙ୍କ ମଧ୍ୟରୁ ୧୪ ହୁରିଆତ୍‌ ନେତାଙ୍କର ୨୧ ସନ୍ତାନ ବାହାର ଦେଶରେ ପାଠ ପଢୁଛନ୍ତି I ନିଜ ସନ୍ତାନ ମାନଙ୍କୁ ବାହାରେ ପଢାଇ ସ୍ଥାନୀୟ ଯୁବକ ଙ୍କୁ ଆତଙ୍କବାଦୀ ଶିକ୍ଷା ଦେଇ ହିଂସା କାଣ୍ଡ ରଚାଉଥିବା ପାଇଁ ବିଚ୍ଛିନ୍ନତାବାଦୀ ନେତାମାନେ ହିଁ ଦାୟୀ ବୋଲି ଖବର ପ୍ରକାଶ ହେବାପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *