38ବର୍ଷ ରେ ପାଦ ଦେଲେ ଧୋନି ,ଆଇସିସି ପ୍ରସଂଶା କରି କହିଲା ଧୋନି କେବଳ ଏକ ନାମ ନୁହେଁ ଲକ୍ଷ ଲକ୍ଷ ଲୋକଙ୍କ ….

ଆଜି ର ଦିନରେ ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଙ୍କର ଜନ୍ମ ହେଇଥିବା ବେଳେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଧୋନିଙ୍କ ପ୍ରସଂଶା କରି ତାଙ୍କ ତାରିଫ କରିଛି I ଆଜି ଧୋନି 38ବର୍ଷରେ ପାଦ ଦେଉଥିବା ବେଳେ ସବୁ ମହଲରୁ ଅଭିନନ୍ଦନ ର ସୁଅ ଛୁଟିବାରେ ଲାଗିଛି I କ୍ରିକେଟ ଜଗତରେ ଧୋନି ଯେଉଁ ମାଇଲ ଖୁଣ୍ଟ ତିଆରି କରି ଭାରତ ପାଇଁ ସାରା ବିଶ୍ୱରେ ସଫଳତା ଆଣିଛନ୍ତି ତାହା ବର୍ଣ୍ଣନା କରିବା ଅନାବଶ୍ୟକ

I ୨୦୧୧ ବିଶ୍ୱକପ୍‌, ୨୦୦୭ ଟି୨୦ ବିଶ୍ୱକପ୍‌, ଚାମ୍ପିୟନ୍ସ ଟ୍ରଫି ହାସଲ କରିବାରେ ଧୋନି ହେଉଛନ୍ତି ପ୍ରଥମ ଅଧିନାୟକ ଯିଏ କି ସବୁ ବର୍ଗରେ ବିଜୟ ହାସଲ କରିଛନ୍ତି I ICC ପ୍ରସଂଶା କରି କହିଛି ଧୋନି ଏପରି ଏକ ନାମ ଯିଏକି ଭାରତ କ୍ରିକେଟ କୁ ବଦଳାଇ ଦେଇଛନ୍ତି ,ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ଇନସ୍ପାଏର କରିଛନ୍ତି ,ଧୋନି କେବଳ ଏକ ନାମ ନୁହେଁ Iସୂଚନା ଥାଉ କି 7 ଜୁଲାଇ 1981ରେ ଜନ୍ମ ନେଇଥିଲେ ଧୋନି

I ଗତକାଲି ଶ୍ରୀଲଙ୍କା କୁ ହରାଇ ଇଣ୍ଡିଆ ଜିତିଥିବା ବେଳେ ସମସ୍ତଙ୍କର ଆଶା ରହିଛି ବିରାଟ ଙ୍କ ଅଧିନାୟକ ଏବଂ’ଧୋନିଙ୍କ ମାର୍ଗଦର୍ଶକ ରେ ଭାରତ ପୁଣିଥରେ ବିଶ୍ୱକପ ଜିତିବ I

Leave a Reply

Your email address will not be published. Required fields are marked *