ପୁରୀରେ ବସ୍‌ ଭିତରେ ଦୁଷ୍କର୍ମ ଶିକାର ହେଇଥିବା ପୀଡିତା କହିଲା ସେହି ମୁହୂର୍ତ୍ତର ହୃଦୟବିଦାରକ ଘଟଣା

ରଥଯାତ୍ରା ପାଇଁ ସାରା ବିଶ୍ୱରେ ଏବେ ପୁରୀ ଚର୍ଚିତ ଥିବାବେଳେ ବସ୍ ଭିତରେ ଜଣେ ନାବାଳିକା କୁ ବସ୍ ହେଲ୍ପର ଦୁଷ୍କର୍ମ କରିବା ହଇଚଇ ସୃଷ୍ଟି କରିଛି I ଏହି ଘଟଣାରେ ଅଭିଯୁକ୍ତ ଯୁବକ କୁ ପୋଲିସ ଗିରଫ କରିଥିବା ବେଳେ ନାବାଳିକା ଝିଅ ଜଣଙ୍କ ବଖାଣିଛି ସେହି ହୃଦୟବିଦାରକ ଲୋମଟାଙ୍କୁରା ଘଟଣା I
ନାବାଳିକା ଝିଅଟି କହିଛି ଯେ 8ତାରିଖ ରାତିରେ ସେ କଟକରୁ ଏକ ଏସି ଡିଲକ୍ସ ବସ୍‌ରେ ପୁରୀ ଆସୁଥିଲା I ପୁରୀର ମାଳତୀପାଟପୁର ରେ ଓଲ୍ହାଇବା କଥା କିନ୍ତୁ ନିଦ ଲାଗିଯିବାରୁ ସେ ସୋଇପଡିଥିଲା I

ବସ୍‌ ପୁରୀରେ ପହଞ୍ଚିଥିଲା I ରାତି ପ୍ରାୟ ୮ଟା ପାଖାପାଖି ହେବ ,ବସ୍‌ ରେ ଥିବା ହେଲପର ତାଙ୍କୁ କହିଥିଲା କି ବାହାରକୁ ଯାଆନା ,ବାହାରେ ଅନ୍ଧାର ହେଇଗଲାଣି ,ମୁଁ ଖାଇବା ଆଣି ଦେବି ଖାଇକି ଶୋଇପଡ ,ଏସି ଲଗାଇ ଦେଉଛି I ଏମିତି କହି ହେଲପର ବାହାରକୁ ଯାଇ ଖାଇବା ଆଣି ଦେଇଥିଲା ,ନୀରିହା ଝିଅଟି ଖାଇ କି ସୋଇପଡିଥିଲା I ହେଲପର ଏସି ଲଗାଇଦେଇଥିଲା

I ତେବେ କିଛିସମୟ ପରେ ନାବାଳିକା ଝିଅକୁ ଜୋରଜବର ଦୁଷ୍କର୍ମ କରିଥିଲା I ସକାଳୁ ବସ ପଳାଇବା ପରେ ଝିଅଟି ଜୋରରେ କାନ୍ଦିଥିଲା I ଝିଅଟିର କାନ୍ଦ ଶୁଣି ସ୍ଥାନୀୟ କିଛି ଲୋକ ପୋଲିସ ରେ ଖବର ଦେଇଥିଲେ I

Leave a Reply

Your email address will not be published. Required fields are marked *