ବିଶ୍ୱକପ ରେ ଭାରତ ବିଜୟୀ ହେଲେ ୧୦ ଦିନ ଯାଏଁ ମାଗଣାରେ ନିଜ ଅଟୋରେ ଯାତ୍ରା କରାଇବେ ଅନିଲ୍

ଆଜି ବିଶ୍ୱକପ ମ୍ୟାଚ ଚାଲିଥିବା ବେଳେ ସବୁ ଭାରତୀୟ ଚାଁହୁଛନ୍ତି କି ଭାରତ ପୁଣିଥରେ ବିଶ୍ୱକପ ଜିତୁ I ଭାରତ ର ବିଜୟ ପାଇଁ ଅନେକ କ୍ରିକେଟ ପ୍ରସଂଶକ ମାନସିକ ମଧ୍ୟ ରଖିଛନ୍ତି I ତେବେ ଚଣ୍ଡୀଗଡ ର ଜଣେ କ୍ରିକେଟପ୍ରେମୀ ଙ୍କ ଘୋଷଣା କୁ ନେଇ ଏବେ ଜୋରଦାର ଚର୍ଚ୍ଚା ଧରିଛି I ସୂଚନା ଅନୁଯାଇ ଯୁବକ ଜଣଙ୍କ ଜଣେ ଅଟୋ ଚାଳକ ଏବଂ ତାଙ୍କ ନାମ ଅନିଲ କୁମାର I

ଅନିଲ ଘୋଷଣା କରିଛନ୍ତି କି ଏଥରକ ଯଦି ଭାରତ ବିଶ୍ୱକପ ଜିତିବ ତେବେ ସେ ୧୦ ଦିନ ପର୍ଯ୍ୟନ୍ତ ଚଣ୍ଡୀଗଡ଼ ରେ ମାଗଣାରେ ଅଟୋ ଚଲାଇବେ I ତାଙ୍କ ଅଟୋ ରେ ଯେଉଁ ବି ଯାତ୍ରୀ ଯିବା ଆସିବା କରିବେ ସେ ତାଙ୍କ ଠାରୁ ଟଙ୍କାଟିଏ ବି ଯାତ୍ରୀଭଡ଼ା ନେବେନାହିଁ I ତେବେ ଏହା ପ୍ରଥମ ନୁହେଁ ପୁଲୱାମା ଆକ୍ରମଣର ଭାରତ ପ୍ରତିଶୋଧ ନେବାପରେ ମାସକ ଯାଏଁ ମାଗଣାରେ ଯାତ୍ରୀ ମାନଙ୍କୁ ନେବା ଆଣିବା କରିଥିଲେ I

Leave a Reply

Your email address will not be published. Required fields are marked *