ବର୍ଷା ଧୋଇନେଲା ଭାରତ ର ବିଶ୍ୱକପ ସ୍ବପ୍ନ ,ଜିତିଥିବା ମ୍ୟାଚ ହାତରୁ ଚାଲିଗଲା

ସେମିଫାଇନାଲ ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଗତକାଲି ଭାରତ ର ଦମଦାର ବୋଲିଂ ରେ ମାତ୍ର 46.1 ଓଭର ରେ 6 ୱିକେଟ୍ ହରାଇ 211 ରନ୍ କରିଥିବା ବେଳେ ବର୍ଷା ସାଜିଥିଲା ବାଧକ I ଗତକାଲି ମ୍ୟାଚ ବନ୍ଦ ରହି ଆଜି ଖେଳ ଆରମ୍ଭ ହେଇଥିଲା ଏବଂ ନ୍ୟୁଜିଲାଣ୍ଡ 239 ରନ ରେ 8 ୱିକେଟ୍ ହରାଇଥିଲା I ମାତ୍ର 240 ରନ ର ପିଛା କରୁଥିବା ଭାରତ ପ୍ରଥମରୁ ହିଁ ରୋହିତ ଶର୍ମା ,ବିରାଟ କୋହଲି କେ .ରାହୁଲ ଙ୍କ ୱିକେଟ୍ ହରାଇଥିଲା I ତିନିଜଣ ଯାଙ୍କ ସମସ୍ତେ ମାତ୍ର ଏକ ରନ ଲେଖାଏଁ କରିଥିବା ବେଳେ କାର୍ତିକ ,ପଂଥ,ପାଣ୍ଡ୍ୟା ,ନିୟମିତ ବ୍ୟବଧାନ ରେ ଆଉଟ ହେଇଥିଲେ I

ଧୋନି ଏବଂ ଜାଡେଜା ଖେଳକୁ ବଦଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସମର୍ଥ ହେଇପାରିନଥିଲେ,ଧୋନି 50 ରନ ଏବଂ ଜାଡେଜା 77 ରନ କରି ଶେଷ 48.3 ଏବଂ 48.6 ଓଭର ରେ ଆଉଟ ହେଇଥିଲେ I 240 ରନ ପିଛା କରୁଥିବା ଭାରତ ସମସ୍ତ ୱିକେଟ୍ ହରାଇ ମାତ୍ର 221 ରନରେ ସୀମିତ ରହିଥିଲା I ଏବଂ ବିଶ୍ୱକପ ଦୌଡରୁ ବିଦା ହେଇଥିଲା I ଅବଶ୍ୟ ବର୍ଷା ହେଇନଥିଲେ ଗତକାଲି ଫଳାଫଳ କିଛି ଅଲଗା ହେଇଥାନ୍ତା I

Leave a Reply

Your email address will not be published. Required fields are marked *