ଗାଡ଼ି ଚେକିଂ ନା’‌ରେ ପୁଲିସର ଦାଦାଗିରି! ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଚେକିଂ କରୁଛି କମିଶନରେଟ ପୋଲିସ୍।ଜୋରିମାନା ପାଇଁ ଟଙ୍କା ନ ଥିଲେ ବାଇକ୍ ଓ କାର ଚାଳକଙ୍କ ପାଇଁ କେତେବେଳେ ଚେକିଂ ଆଳରେ ଡ୍ରାଇଭିଂ ଲାଇସେନ୍ସ ଛଡ଼ାଇ ରଖୁଛି ତ ଆଉ କେତେବେଳେ ଗାଡ଼ିର ମୂଳ କାଗଜପତ୍ର।ଆଜି କିନ୍ତୁ ସବୁ ସୀମାକୁ ପାର୍ କରି କିଛି ଚାକିରି ଆସାଇ ପରୀକ୍ଷାର୍ଥୀଙ୍କ ଆଡ୍ମିଟ୍ କାର୍ଡ ଛଡ଼ାଇ ରଖିଥିଲେ।ଏହି ଘଟଣାକୁ ନେଇ ସ୍ଥାନୀୟ ଡମଣା ଛକରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା।

ମିଳିଥିବା ସୂଚନା ଅନୁସାରେ ଡମଣା ଛକରୁ ଟ୍ରାଫିକ ପୋଲିସ ପକ୍ଷରୁ ଚେକିଂ ଚାଲିଥିଲା।ଏହି ସମୟରେ କେତେକ ପରୀକ୍ଷାର୍ଥୀ କିଟ୍ କଲେଜରୁ ଏମ୍ ଏସ ସି ପରୀକ୍ଷା ଦେବାକୁ ଯାଉଥିଲେ।କିନ୍ତୁ
ଡମଣା ଛକରେ ଚେକିଂ କରୁଥିବା ପୋଲିସ ପରୀକ୍ଷାର୍ଥୀ ମାନଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କ ଗାଡ଼ିରେ ବିଭିନ୍ନ ପ୍ରକାର କାଗଜପତ୍ର ଦେଖେଇବା ପାଇଁ କହିଲେ।ପରୀକ୍ଷାର୍ଥୀମାନେ କିଟ୍ କଲେଜ ରେ ଚାଲିଥିବା ପରୀକ୍ଷା ବିଷୟରେ କହିଲେ ଏବଂ ପରୀକ୍ଷା ବିଳମ୍ବ ହେବ ବୋଲି ପ୍ରବେଶ ପତ୍ର ଦେଖେଇବା ରୁ ପୋଲିସ୍ ତାଙ୍କୁ ନାଲି ଆଖି ଦେଖାଇବା ସହ ପ୍ରବେଶ ପତ୍ର ଛଡ଼ାଇ ନେଇଥିଲା।ପ୍ରତିବଦଳରେ ତାଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ କହିଥିଲା।

ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ସେମାନଙ୍କୁ ଛାଡ଼ିବା ପାଇଁ କହିଥିଲେ ହେଁ ଚେକିଂ ଦାୟିତ୍ଵ ରେ ଥିବା ପୋଲିସ କିଛି କଥା ଶୁଣି ନ ଥିଲା।ତେଣୁ ଛାତ୍ରଛାତ୍ରୀ ମାନେ ଅଳ୍ପ କିଛି ଜରିମାନା ଦେଇ ସେଠାରୁ ଚାଲି ଆସିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ସେମାନଙ୍କର ପ୍ରବେଶ ପତ୍ର ଦେବାରେ ବିଳମ୍ବ କରିଥିଲେ।ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ସେମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ।
ତେଣୁ ପରୀକ୍ଷାରୁ ବଞ୍ଚିତ ଥିବା ପରୀକ୍ଷାର୍ଥୀ ମାନେ ଏ ନେଇ ଉଚ୍ଚ ଅଧିକାରୀଙ୍କୁ ଜଣେଇବା ଥିବା ଜଣାପଡିଛି।

ନିୟମ ଅନୁଯାୟୀ ଜରିମାନା ଆଦାୟ ବେଳେ ବାଇକ୍ କିମ୍ବା କାର୍ ଚାଳକଙ୍କ ନିକଟରେ ଟଙ୍କା ନ ଥିଲେ ପୋଲିସ୍ ଚାହିଁଲେ ମାମଲା ରୁଜ୍ଜୁ କରିପାରିବ।ଏପରିକି କାର କିମ୍ବା ବସ୍ ମାଲିକଙ୍କୁ ନୋଟିସ୍ ମଧ୍ୟ କରି ପାରିବ।କୌଣସି ପରିସ୍ଥିତିରେ କାର କିମ୍ବା ବସ୍ ମାଲିକଙ୍କ କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ, ଏବଂ ଗାଡ଼ି କାଗଜପତ୍ର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ରଖି ପାରିବ ନାହିଁ ବୋଲି ନିୟମ ଅଛି।

Leave a Reply

Your email address will not be published. Required fields are marked *