ପୁରୀକୁ ଭାରତର ସାଂସ୍କୃତିକ ରାଜଧାନୀଭାବେ ଘୋଷଣା କରିବାକୁ ସଂସଦ ରେ ଦାବି କଲେ ଅନୁଭବ

କେବଳ ଓଡିଶା ନୁହେଁ ସାରା ବିଶ୍ୱରେ ପୁରୀ ପରିଚିତ I ମହାପ୍ରଭୁ ଙ୍କ ରଥଯାତ୍ରା ପାଇଁ ପ୍ରତିବର୍ଷ ପୁରୀ ରେ ଲକ୍ଷାଧିକ ଭକ୍ତ ଙ୍କ ଭିଡ଼ ହେଇଥାଏ I ଓଡ଼ିଶାର ଆଧ୍ୟାତ୍ମିକ କେନ୍ଦ୍ରସ୍ଥଳି କହିଲେ ପୁରୀ ହିଁ ବୁଝାଏ I ନିକଟରେ ପୁରୀକୁ ସାଂସ୍କୃତିକ ରାଜଧାନୀ କରିବା ପାଇଁ ବିଜେପି ପକ୍ଷରୁ ପ୍ରାଥୀ ସମ୍ବିତ ପାତ୍ର ମଧ୍ୟ ନିର୍ବାଚନୀ ଇସ୍ତାହାରର ପ୍ରତିଶ୍ରୁତି ଦେଇଥିଲେ I ଅବଶ୍ୟ ସେ ହାରିଯାଇଥିଲେ ଏବଂ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ବିଜେପି ରୁ ପୁରୀରେ ବିଜୟ ପାଇଥିଲେ I ତେବେ ନିକଟରେ ୨୦୧୯-୨୦ ବଜେଟରେ ଦେଶର ୧୭ଟି ପର୍ଯ୍ୟଟନ ସ୍ଥଳୀ ଘୋଷଣା ହେଇଥିଲେ ମଧ୍ୟ ବିଶ୍ୱ ପ୍ରସିଦ୍ଧ ପୁରୀ ର କୌଣସି ସ୍ଥାନ ମିଳିନାହିଁ

Iଏହାକୁ ନେଇ ଅନୁଭବ ଗତକାଲି ସଂସଦ ରେ ଅନୁଭବ ଏକଥା ଉଠାଇବା ସହିତ ବିଜେପି ନିଜ କଥା ରଖି ପୁରୀକୁ ଭାରତର ସାଂସ୍କୃତିକ ରାଜଧାନୀ ଭାବେ ଘୋଷଣା କରିବାକୁ ଅନୁଭବ ଦାବି କରିଛନ୍ତି I

Leave a Reply

Your email address will not be published. Required fields are marked *