୭ବର୍ଷରେ କୋଟିପତି ହେଇଥିଲେ ସରପଞ୍ଚ ବାବୁ ଭିଜିଲାନ୍ସ ମାଡିବସିଲା

ପଂଚାୟତ ର ଲୋକଙ୍କ ସେବା ସହିତ ଜନସାଧାରଣ କିପରି ସଠିକ ସରକାରୀ ସାହାଯ୍ୟ ପାଇପାରିବେ,ପଞ୍ଚାୟତ ରେ କିପରି ବିକାଶ ହେବ ତାହାର ତଦାରଖ କରିବା ହେଉଛି ସରପଞ୍ଚ ର କାମ I କିନ୍ତୁ ଆଜିକାଲି ଥରେ ସରପଞ୍ଚ ହେଇଗଲେ ଏକାଥରେ ସାତ ପୁରୁଷ ପାଇଁ ଧନ ସଞ୍ଚୟ କରିଦେଉଛନ୍ତି ନେତାମାନେ Iଏମିତି ଏକ ଖବର ଆସିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଆଙ୍କୋରଡା ପଞ୍ଚାୟତ ର I ପଞ୍ଚାୟତର ସରପଞ୍ଚ ସୁଶାନ୍ତ ସାହୁ ପଞ୍ଚାୟତ କାର୍ଯ୍ୟରେ ଅନିୟମିତତା କରି କୋଟିକୋଟି ଟଙ୍କା ଠକିଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ତାଙ୍କ ଘରେ ରେଡ୍ କରିଛି I

ଏବଂ ଦିଗପହଣ୍ଡି ବଜାରରେ ତିଆରିହେଉଥିବା ତିନି ମହଲା କୋଠା, ଦିଗପହଣ୍ଡି ନୀଳାଦ୍ରିବିହାର ରେ ଘର , ରାଜପୁର ଗ୍ରାମ, ପୈତୃକ ଗାଁ ନବରଙ୍ଗପୁର, ଦିଗପହଣ୍ଡି ବଜାରର ଅନ୍ୟ ଏକ ଘର ଏବଂ ପଞ୍ଚାୟତ ରେ ଚଢ଼ାଉ କରାଯାଇ ଛାନଭିନ କରାଯାଉଛି I

ସୁଶାନ୍ତ ୨୦୦୮ ରୁ ୨୦୧୨ ପର୍ଯ୍ୟନ୍ତ ସମିତିସଭ୍ୟ ଏବଂ ପରେ ତାଙ୍କ ସ୍ତ୍ରୀ ୨୦୧୨ ରୁ ୨୦୧୭ ଯାଏଁ ସରପଞ୍ଚ ଥିବାବେଳେ ୨୦୧୭ରୁ ସେ ନିଜେ ସରପଞ୍ଚ ଅଛନ୍ତି I

Leave a Reply

Your email address will not be published. Required fields are marked *