ପୁରୀକୁ ଭୁଲିଗଲା କେନ୍ଦ୍ର : ୧୭ଟି ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନ ପାଇଲାନି ଓଡ଼ିଶା

ପୁରୀରେ ଚାଲିଛି ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା।ଏବଂ ପୁରୀ ମଧ୍ୟ ଚାରି ଧାମ ମଧ୍ୟରୁ ଏକ ଧାମ ଅଟେ।କିନ୍ତୁ ପୁରୀ କୁ ଭୁଲିଯାଇଛି କେନ୍ଦ୍ର ସରକାର।ଏବଂ ୨୦୧୯ ନିର୍ବାଚନୀ ଇସ୍ତାହାରରେ ପୁରୀକୁ ଆଧ୍ୟାତ୍ମିକ ରାଜଧାନୀ ଭାବେ ବିକାଶ କରିବା ପାଇଁ ବିଜେପି ଦେଇଥିବା ପ୍ରତଶ୍ରୁତି କୁ ଭୁଲିଯାଇଛି।୨୦୧୯-୨୦ ଆର୍ଥିକ ବର୍ଷ ବଜେଟ୍ ରେ ଘୋଷଣା ହୋଇଥିବା ଦେଶର ୧୨ ଟି ରାଜ୍ୟର ୧୭ ଅନ୍ୟାନ୍ୟ ଆକର୍ଷଣୀୟ ପର୍ଯ୍ୟଟନୀୟ କ୍ଷେତ୍ର ଭିତରେ ଓଡ଼ିଶାର ଗୋଟିଏ ବି କ୍ଷେତ୍ର ସ୍ଥାନ ପାଇ ନାହିଁ।କେନ୍ଦ୍ର ସରକାରଙ୍କ ଏପରି ଅବହେଳା ସାମ୍ନାକୁ ଆସିବା ପାଇବା ପରେ ତେଜିଛି ବିବାଦ। ଗତ ୪ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା।

ଏବଂ ତାର ଠିକ୍ ପରଦିନ ଅର୍ଥାତ୍ ୫ ତାରିଖ ଦିନ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଲୋକସଭାରେ ବଜେଟ୍ ଆଗତ କରିଥିଲେ।କିନ୍ତୁ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନ କ୍ଷେତ୍ର ଉପରେ କେନ୍ଦ୍ରର ଆଖି ପଡ଼ିଲା ନାହିଁ।ଏହାକୁ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟଙ୍କ ବିରୋଧରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।
କେନ୍ଦ୍ରସରକାରଙ୍କ ତାଲିକାରେ ଉତ୍ତରପ୍ରଦେଶର ତାଜମହଲ,ଫତେପୁର ସିକ୍ରି,ମହାରାଷ୍ଟ୍ରର ଅଜନ୍ତା ଓ ଏଲୋରା,ନୂଆଦିଲ୍ଲୀ ହୁମାୟୁନୁ ଲାଲ୍ କିଲା ଓ କୁତବମିନାର ସ୍ଥାନ ପାଇଛି।ଏହା ସହ ଗୋଆର କୋଲାବା ତଟ,ରାଜସ୍ଥାନର ଆମିର ଦୁର୍ଗ,ଗୁଜରାଟର ସୋମନାଥ ଓ ଢେ଼ାଲାବାର,ମଧ୍ୟପ୍ରଦେଶର ଖଜୁରାଓ,କର୍ଣ୍ଣାଟକର ହାମ୍ପୀ,ତାମିଲନାଡୁର ମହାବଳିପୁରମ୍, ଆସାମର କାଜିରଙ୍ଗ,କେରଳର କୁମକରମ୍ ଏବଂ ବିହାରର ମହାବେଧିର ପର୍ଯ୍ୟଟନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି। ଏ ସବୁ ପର୍ଯ୍ୟଟନ କ୍ଷେତ୍ର ପାଇଁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅଧିକ ରାସ୍ତା ସଂଯୋଗିକରଣ କରିବା ସହ ଅନ୍ୟାନ୍ୟ ବିକାଶ କରାଯିବ।

Leave a Reply

Your email address will not be published. Required fields are marked *