ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ଏକାଠି ହେଲେ ସମସ୍ତ ଗଣମାଧ୍ୟମ ର ସମ୍ପାଦକ ଏବଂ ସାମ୍ବାଦିକ

ସମାଜର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ I ସବୁବେଳେ ସାଧାରଣ ଲୋକଙ୍କ ପାଇଁ ଉଦ୍ୟମ କରିଥାନ୍ତି ଖବର ପଛର ସେହି ନିଚ୍ଛକ ଘଟଣାକୁ ନିର୍ଭୟ ଭାବରେ ପହଞ୍ଚାଇବାକୁ Iଯେଉଁଠି ଅନ୍ୟମାନଙ୍କ ପାଇଁ ଅପହଞ୍ଚ ସେଠାରେ ପହଁଚିଥାଏ ଗଣମାଧ୍ୟମ ଏବଂ ଏହାର ସାମ୍ବାଦିକ ମାନେ I ଯଦିଓ ଓଡ଼ିଶାରେ ଗଣମାଧ୍ୟମ କୁ ନେଇ ଚର୍ଚ୍ଚା ହୁଏ ଯେ କିଛି ଗଣମାଧ୍ୟମ ଖୋଲାଖୋଲି ରାଜ୍ୟ ସରକାର ଙ୍କ ସପକ୍ଷରେ ତ ଆଉ କିଛି ବିପକ୍ଷ ରେ I ଏଇ ଯେମିତି କନକ ,କଳିଙ୍ଗ ,ନିଉଜ ୱାର୍ଲଡ ଓଡିଶା ,ଏମବିସି ,ଟିଭି ର ମାଲିକ ମାନେ ବିଜେଡି ନେତା ହେଇଥିବା ବେଳେ ଓଟିଭି ,ମାଲିକ ବିଜେପି ର I ତେଣୁ ସ୍ୱାଭାବିକ ଭାବରେ ରାଜ୍ୟ ରାଜନୀତି ର ପଶାପାଲି ରେ ଗଣମାଧ୍ୟମ ମାଲିକ ମାନଙ୍କର ଏପରି ସମର୍ଥନ ଏବଂ ବିରୁଦ୍ଧାଚରଣ ରେ ବିଚରା ସାମ୍ବାଦିକ ମାନେ ସତେ ଯେପରି ବେଳେବେଳେ ପେଷି ହେଇଜିବା ଭଳି ମନେହୁଏ I ସବୁଠୁ ଅବହେଳିତ ବୋଧହୁଏ ଏଇ ସାମ୍ବାଦିକ ଗୋଷ୍ଠୀର ବନ୍ଧୁ ମାନେ I ବେଳେବେଳେ ତ ଏମିତି ହୂଏକି ସତ ଘଟଣା ପ୍ରକାଶ କରିବାକୁ ଯାଇ ଅନେକ ସାମ୍ବାଦିକ ବନ୍ଧୁ ଆକ୍ରମଣ ର ଶିକାର ହେବା ସହିତ ଜୀବନ ବି ଚାଲିଯାଇଛି I ମୋଟାମୋଟି କହିବାକୁ ଗଲେ ରାଜ୍ୟର ସାମ୍ବାଦିକ ମାନଙ୍କୁ କୌଣସି ଏକ ସଭାରେ ଏକତ୍ରିତ ହେବାର ଦେଖିବାକୁ ମିଳୁନଥିଲା ତେବେ ପ୍ରଥମଥର ପାଇଁ ଓଡ଼ିଶା ମିଡିଆ ଦ୍ୱାରା ଓଡିଶା କନକ୍ଲେଭ ନାମରେ ଏକ ନିଆରା କାର୍ଯ୍ୟକ୍ରମ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି I

ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ପ୍ରମେୟ ସଂପାଦକ ଗୋପାଳକୃଷ୍ଣ ମହାପାତ୍ର, ବିଜିନେସ ଷ୍ଟାଣ୍ଡାର୍ଡର ଆବାସିକ ସଂପାଦକ ଦିଲୀପ ଶତପଥୀ ଉଦଘାଟନ କରିଥିବା ବେଳେ ସଭାକୁୁ ସଞ୍ଚାଳନା କରିଛନ୍ତି ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା।

ସାମାଜିକ ଗଣମାଧ୍ୟମ ରେ ଟିଆର୍ପି ର କିଛି ମାନେ ଅଛି କି ? ରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ର ଲୋକପ୍ରିୟ ଚେହେରା ଭକ୍ତ ତ୍ରିପାଠୀ ,ଅର୍ଧେନ୍ଦୁ ଦାସ ,ମନୋରଞ୍ଜନ ମିଶ୍ର ,ଷୌମ୍ୟଜିତ ପଟନାୟକ,ଦୟାନିଧି ଦାଶ ,ଶରତ ପାଇକରାୟ ,ସଞ୍ଜୟ ଜେନା ,ରାଧାମାଧବ ମିଶ୍ର ଭାଗ ନେବାର କାର୍ଯ୍ୟକ୍ରମ ଥିବାବେଳେ ଆପଣମାନେ ଖୁସି ତ ?ସେମାନେ ସତରେ କୁଶଳ ତ ?ଏବଂ ନିର୍ବାଚନ ରାଜନୀତି ଏବଂ ଗଣମାଧ୍ୟମ ନାମରେ ଚାରୋଟି ସୋପାନ ରେ ଆଲୋଚନା ହେବ I

ଏଥିରେ ବୈଦ୍ୟୁତିକ ଗଣମାଧ୍ୟମ, ଛାପା ଗଣମାଧ୍ୟମ, ପୋର୍ଟାଲ, ଗଣସଂଚାର ଶିକ୍ଷାନୁଷ୍ଠାନ ଏବଂ ରାଜନୈତିକ ଦଳର ପ୍ରତିନିଧି ବିଜେଡି ତରଫରୁ ମାନସ ମଙ୍ଗରାଜ ,ବିଜେପି ତରଫରୁ ଗୋଲକ ମହାପାତ୍ର ,କଂଗ୍ରେସ ତରଫରୁ ସତ୍ୟପ୍ରକାଶ ନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I

ଏହି କାର୍ଯ୍ୟକ୍ରମ କୁ ଶୁଭ୍ରାଂଶୁ ପଣ୍ଡା , ରାମଚଣ୍ଡୀ ପ୍ରସାଦ ରଣସିଂହ ,ହରିହର ପଣ୍ଡା, କିଷାନ ବରାଇ ଏବଂ ସୁବ୍ରତ କୁମାର ନାୟକ ଆୟୋଜନ କରିଛନ୍ତି I

Leave a Reply

Your email address will not be published. Required fields are marked *